fbpx
BSKY
BJD MC SKY
BJD YOUTH SKY

ସତୀଶ କୌଶିକଙ୍କ ଠାରୁ ଆରମ୍ଭ କରି ଗୁଫି ପଟେଲ: ୨୦୨୩ରେ ଏହି ସୁପରଷ୍ଟାରଙ୍କୁ ହରାଇଛି ବଲିଉଡ଼

ମୁମ୍ବାଇ: ୨୦୨୩ ଅନେକଙ୍କ ପାଇଁ ଏକ ଖୁସି ତଥା ସଫଳତାର ବର୍ଷ ଥିବା ବେଳେ କେତେକଙ୍କ ପାଇଁ ଏହା ବେଶ ଦୁଃଖଦାୟକ ରହିଥିଲା । ତେବେ ଚଳଚ୍ଚିତ୍ର ଜଗତର ଅନେକ ବରିଷ୍ଠ ତଥା ଯୁବ କଳାକାରଙ୍କୁ ଏହି ବର୍ଷରେ ହରାଇଛି ସିନେ ଜଗତ । ଏହି କଳାକାରମାନଙ୍କ ମୃତ୍ୟୁରେ ସାରା ଦେଶ ଅବାକ ହୋଇଯାଇଥିଲା । ତେବେ ସେମାନଙ୍କ ସ୍ଥାନ ସର୍ବଦା ଅପୂରଣୀୟ ରହିବ । ତେବେ ଆସନତତୁ ଜାଣିବା କିଏ ଏହି କଳାକାରମାନେ ଯାହାଙ୍କୁ ସବୁଦିନ ପାଇଁ ହରାଇଛି ଦେଶ ।

ସତୀଶ କୌଶିକ- ଚଳିତ ବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ସତୀଶ କୌଶିକ ଏହି ଦୁନିଆରୁ ଚିରଦିନ ପାଇଁ ବିଦାୟ ନେଇଥିଲେ । ନିଜର ମଜାଳିଆ ଅଭିନୟର ଯାଦୁରେ ସାରା ଦେଶକୁ ହସାଇଥିବା କୌଶିକ ମିଷ୍ଟର ଇଣ୍ଡିଆ, ଜଲୱା, ରାମ-ଲଖନ, ମୋହବ୍ବତ, ହମ ଆପକେ ଦିଲ ମୈଁ ରହତେ ହୈଁ ପରି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଇଛନ୍ତି ।

ନୀତେଶ ପାଣ୍ଡେ- ମେ ମାସ ୨୩ ତାରିଖରେ ଟିଭି ଜଗତର ପ୍ରସିଦ୍ଧ ଅଭିନେତା ନୀତିଶ ପାଣ୍ଡେଙ୍କର ମୃତ୍ୟୁ ହୋଇଥିଲା । ତେବେ ନିଜ ଅଭିନୟ ଯାଦୁରେ ଲୋକଙ୍କ ମନ ଜିତିଥିବା ନୀତିଶଙ୍କୁ ଶେଷ ଥର ପାଇଁ ଷ୍ଟାର ପ୍ଲସ ଧାରାବାହିକ ‘ଅନୁପମା’ରେ ଦେଖିବାକୁ ମିଳିଥିଲା ।

ବୈଭବୀ ଉପାଧ୍ୟାୟ- ତେବେ ମେ ମାସ ୨୩ ତାରିଖରେ ନୀତିଶଙ୍କ ସହିତ ଜଣେ ଯୁବ କଳାକାର ବୈଭବୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ବୈଭବୀଙ୍କର ମୃତ୍ୟୁ ଏକ ସଡ଼କ ଦୁର୍ଘଟଣାରେ ହୋଇଥିଲା । ବୈଭବୀ ବିଭିନ୍ନ ଧାରାବାହିକ ତଥା ୱେବ ଶୋରେ ଅଭିନୟ କରି ସମସ୍ତଙ୍କ ମନରେ ନିଜର ଛାପ ଛାଡ଼ିପାରିଛନ୍ତି ।

ଦିନେଶ ଫଡ଼ନୀସ- ଲୋକପ୍ରିୟ ଧାରାବାହିକ ‘CID’ର ଫ୍ରେଡ୍ରିକ୍ସ ଚରିତ୍ର କରୁଥିବା ଦିନେଶ ୫ ଡିସେମ୍ବରରେ ଆଖି ବୁଜିଥିଲେ । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ତେବେ ସେ ‘CID’ ଛଡ଼ା ଅନ୍ୟାନ୍ୟ ମରାଠୀ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ଆଦିତ୍ୟ ସିଂହ ରାଜପୁତ- ‘ସ୍ପ୍ଲିଟ୍ସଭିଲ୍ଲା’ରୁ ଲୋକପ୍ରିୟତା ହାସଲ କରିଥିବା ଆଦିତ୍ୟଙ୍କର ମୃତ୍ୟୁ ମେ ୨୩ ତାରିଖରେ ହୋଇଥିଲା । ତେବେ ତାଙ୍କ ଘରର ବାର୍ଥରୁମରୁ ତାଙ୍କର ମୃତଦେହ ମିଳିଥିଲା ।

ଗୁଫି ପଟେଲ- ବି. ଆର. ଚୋପ୍ରାଙ୍କ ‘ମହାଭାରତ’ରେ ‘ଶକୁନି’ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ‘ଗୁଫି’ଙ୍କର ଜୁନ ମାସ ୫ ତାରିଖରେ ହୋଇଥିଲା । ତେବେ ଅନେକ ଦିନ ଦରି କିଡନୀ ଏବଂ ହାର୍ଟ ସମସ୍ୟା ସହ ଲଢ଼ିବା ପରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଅଖିଲ ମିଶ୍ରା- ‘୩ ଇଡିଅଟସ୍’ରେ ‘ଲାଇବ୍ରେରିଆନ ଦୁବେ’ ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିବା ଅଖିଲ ମିଶ୍ରାଙ୍କର ସେପ୍ଟେମ୍ବର ମାସ ୨୧ ତାରିଖରେ ମୃତ୍ୟୁ ହୋଇଥିଲା ।

ରିୟୋ କପାଡ଼ିଆ- ସେପ୍ଟମ୍ବର ୧୪ ତାରିଖରେ ‘ଦିଲ ଚାହତା ହୈ’ ଫେମ ରିୟୋ କପାଡ଼ିଆଙ୍କର ମୃତ୍ୟୁ ହୋଇଥିଲା । କ୍ୟାନ୍ସରରେ ପୀଡ଼ିତ ଥିବା ରିଓ ବଲିଉଡ଼ରେ ଶାହରୁଖ ଖାନ, ରାନୀ ମୁଖାର୍ଜୀଙ୍କ ସମେତ ଅନ୍ୟ ବଡ଼ କଳାକାରଙ୍କ ସହିତ କାମ କରିଛନ୍ତି ।

Get real time updates directly on you device, subscribe now.