fbpx

ସାମ୍ନାକୁ ଆସିଲା ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ ହତ୍ୟା ନା ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିଛି । ସେ ଆତ୍ମହତ୍ୟା କରିଛନ୍ତି ନା କିଏ ତାଙ୍କୁ ହତ୍ୟା କରିଛି ବୋଲି ଜାଣିବାକୁ ସମସ୍ତଙ୍କ ମନରେ ଜିଜ୍ଞାସା ବଢ଼ିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଅଭିନେତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମରୁ ସୁରାକ୍ ମିଳିଛି । ମୃତ୍ୟୁ ସୁଇସାଇଡାଲ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ତେବେ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି । ଏହା ସହ ରଶ୍ମିରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି । ବେକରେ ଦଉଡି ଦେଇଥିବାରୁ ଶ୍ବାଶରୁଦ୍ଧ ହୋଇଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ସେ ବିଷ ପିଇଥିଲେ କି ଅନ୍ୟ କିଛି ତାହା ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ। ତେଣୁ ଭିସେରା ରିପୋର୍ଟ ପାଇଁ ରଶ୍ମିରେଖାଙ୍କ ଶରୀରରୁ କିଛି ଅଭ୍ୟନ୍ତରୀଣ ଅଂଶକୁ ପଠାଇ ଦିଆଯାଇଛି।

ଅନ୍ୟପଟରେ ରଶ୍ମିରେଖା କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜାଣିବା ପାଇଁ ତାଙ୍କର ଦୁଇ ପୁରୁଷବନ୍ଧୁଙ୍କୁ ଜେରା କରିବ ନୂଆପଲ୍ଲୀ ଥାନା ପୋଲିସ । ପ୍ରେମିକ ସନ୍ତୋଷ ପାତ୍ର ଓ ପୂର୍ବତନ ପ୍ରେମିକ ରାଜାଙ୍କୁ ତଦନ୍ତ ଅଧିକାରୀ ଜେରା କରିବ। ଖୁବ୍‍ଶୀଘ୍ର ଦୁଇ ଜଣଙ୍କୁ ଥାନାରେ ହାଜର ହେବା ଲାଗି ସମନ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ନୂଆପଲ୍ଲୀ ଗଡ଼ସାହିସ୍ଥିତ ଭଡ଼ା ଘରେ ସନ୍ତୋଷଙ୍କ ସହ ଲିଭ୍‍ ଇନ୍‍ ରିଲେସନ୍‍ସିପ୍‍ରେ ରହୁଥିଲେ ରଶ୍ମିରେଖା। ଘର ମାଲିକଙ୍କୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ହୋଇ ରହୁଥିଲେ। ଉଭୟ ପତିପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ପୂର୍ବତନ ପୁରୁଷବନ୍ଧୁ ରାଜା। ସେ ବାରମ୍ୱାର ରଶ୍ମିରେଖାଙ୍କ ପାଖକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ତିକ୍ତତା ବଢ଼଼ିଥିଲା। ରାଜାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିବା ଶୁଣିବାକୁ ମିଳିଥିଲା।

Get real time updates directly on you device, subscribe now.