ହାର୍ଟକୁ ସୁସ୍ଥ ରଖେ ରାଶି ଲଡୁ, ଜାଣନ୍ତୁ ଏହି ୫ଟି ଫାଇଦା

ଶୀତଦିନେ ଆପଣ ସୁସ୍ଥ ରହିବା ପାଇଁ ସବୁ ପ୍ରକାର ସବୁଜ ପରିବା ଖାଇବା ପାଇଁ ପସନ୍ଦ କରିଥାନ୍ତି । କେବଳ ସବୁଜ ପରିବା ନୁହେଁ, ଶୀତ ଦିନେ ରାଶି ଲଡୁ ସୁସ୍ୱାଦକୁ ଲାଗିବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ଶୀତଦିନେ ରାଶି ଲଡୁକୁ ଡାଏଟରେ ସାମିଲ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ତାହେଲେ ଆସନ୍ତୁ ଜାଣିବା ରାଶି ଲଡୁ ଖାଇଲେ ଶରୀରକୁ ଅନ୍ୟ କେଉଁ ସବୁ ଫାଇଦା ମିଳିଥାଏ ।

:- ତ୍ୱଚା ଓ ମସ୍ତିଷ୍କକୁ ସୁସ୍ଥ ରଖେ -ରାଶି ଖାଇବା ଦ୍ୱାରା ମସ୍ତିଷ୍କ ଶକ୍ତିଶାଳୀ ହୁଏ l ଏଥିରେ ଥିବା ଲିପୋଫୋଲିକ ଆଣ୍ଟିଆକ୍ସିଡେଣ୍ଟ ମସ୍ତିସ୍କ ଉପରେ ବୟସର ପ୍ରଭାବକୁ ପଡ଼ିବାକୁ ଦିଏ ନାହିଁ l ରାଶି ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ l ରାଶି ଯୋଗୁ ତ୍ୱଚାକୁ ଜରୁରୀ ପୋଷଣ ମିଳିଥାଏ ଓ ତ୍ୱଚା ସୁନ୍ଦର ରୁହେ l

:- ହୃଦଘାତକୁ ଦୁରେଇ ରଖେ -ରାଶିରେ ଥିବା ମୋନୋ ସାଚୁରେଟେଡ଼ ଫ୍ୟାଟି ଏସିଡ ଆମ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ କମ କରିଥାଏ l ହୃତପିଣ୍ଡ ସହିତ ଯୋଡି ହୋଇଥିବା ରୋଗ ପାଇଁ ମଧ୍ୟ ହିତକର ଏବଂ ଏହା ଆମର ରକ୍ତଚାପକୁ ନିୟନ୍ତ୍ରଣ ରଖେ l

:- ହୃତପିଣ୍ଡର ମାଂସ ପେଶୀକୁ ରଖେ ସୁସ୍ଥ -ରାଶିରେ ଅନେକ ପ୍ରକାରର ଲବଣ ଯେପରି କ୍ୟାଲସିୟମ ,ଆଇରନ ,ମ୍ୟାଗନେସିୟମ ,ଜିଙ୍କ ଓ ସେଲେନିୟମ ରହିଥାଏ ,ଯାହା ହୃତପିଣ୍ଡର ମାଂସ ପେଶୀକୁ ସକ୍ରିୟ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ l

:- ହାଡ଼କୁ ମଝବୁତ କରେ -ରାଶିରେ କ୍ୟାଲସିୟମ ,ଫସଫରସ ଓ ମ୍ୟାଗନେସିୟମ ଭଳି ତତ୍ୱ ମିଳିଥାଏ ,ଯାହା ହାଡ଼କୁ ନିର୍ମାଣ କରିବାରେ ସାହାଯ୍ୟ କରେ l ଯଦି ଆପଣ ସୀତା ଋତୁରେ ରାଶି ଖାଇବାର ଅଭ୍ୟାସ କରୁଛନ୍ତି ତେବେ ଏହି ଋତୁରେ ଆପଣଙ୍କୁ ହାଡ ଯନ୍ତ୍ରଣା କଷ୍ଟକୁ ଭୋଗିବାକୁ ପଡିବ ନାହିଁ l ଦିନକୁ ଯଦି ଗୋଟିଏ ବଡ଼ ଚାମଚ ରାଶି ଖାଉଛନ୍ତି ଏହା ଦ୍ୱାରା ଦାନ୍ତ ମଧ୍ୟ ମଝବୁତ ରହିଥାଏ l ରାଶିରେ ଫାଇବର ଓ ଆଣ୍ଟିଆକ୍ସିଡ଼େଣ୍ଟର ଅଧିକ ରହିଥିବା କାରଣରୁ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ l

:- ରୋଗରୁ ଦୁରେଇ ରଖେ -ରାଶିରେ ଶେଷମୀନ ନାମକ ଆଣ୍ଟିଆକ୍ସିଡେଣ୍ଟ ମିଳିଥାଏ ଯାହା କ୍ୟାନ୍ସରର କୋଷିକାକୁ ବଢିବାକୁ ଦିଅ ନାହିଁ l ନିଜର ଏହି ଗୁଣ ଯୋଗୁ ରାଶି କ୍ୟାନ୍ସର ପାଇଁ ମଧ୍ୟ ଲାଭ ଦାୟକ l

Get real time updates directly on you device, subscribe now.