fbpx

ଅସୁସ୍ଥ ହୋଇ ପଡ଼ିଲେ ରତନ ଟାଟା: ମୁମ୍ବାଇର ଏକ ମେଡିକାଲରେ ଭର୍ତ୍ତି! ଜାଣନ୍ତୁ ସତ୍ୟତା

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ଅସୁସ୍ଥ ହୋଇ ମୁମ୍ବାଇର ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବା ଟ୍ୱିଟରରେ ରତନ ଟାଟା ନିଜେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଏହି ଖବରକୁ ଏକ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି । ଏକ ବୟାନ ଜରି କରି ଏଭଳି ଖବରକୁ ବିଶ୍ୱାସ ନ କରିବା ପାଇଁ କହିଛନ୍ତି ରତନ ଟାଟା । ଜନସାଧାରଣଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅସୁସ୍ଥତା ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ବିଷୟରେ ଜାଣିବା ପରେ ନିଜେ ରତନ ଟାଟା ଏକ ପୋଷ୍ଟରେ ମାମଲାକୁ ଗୁଜବ ବୋଲି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି ଏବଂ ଚିନ୍ତା କରିବାର କୌଣସି କାରଣ ନାହିଁ । ପୋଷ୍ଟରେ ସେ ଲେଖିଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଗୁଜବ ଚାଲିଥିବା ମୋତେ ଜାଣିବାକୁ ମିଳିଛି । କିନ୍ତୁ ସମସ୍ତଙ୍କୁ ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଏସବୁ ଖବର ସମ୍ପୂର୍ଣ୍ଣ ମିଛ ।

ଏହାପରେ ସେ ଲେଖିଛନ୍ତି ଯେ, ତେବେ ମୁଁ ବୟସ ଜନିତ ତଥା ମେଡିକାଲ୍ କଣ୍ଡସନ୍ସ ସହ ଜଡ଼ିତ କିଛି ନିୟମିତ ଚେକ୍-ଅପ୍ କରୁଛି । ଏହାକୁ ନେଇ କୌଣସି ପ୍ରକାରର ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୁଁ ସମ୍ପୂର୍ଣ୍ଣ ଭାବରେ ଠିକ୍ ଏବଂ ସୁସ୍ଥ ଅଛି । ଏହାସହିତ ସେ ସମସ୍ତ ୟଜର ଏବଂ ଗଣମାଧ୍ୟମକୁ କୌଣସି ପ୍ରକାର ମିଛ ଗୁଜବ ବା ଭୁଲ ସୂଚନା ପ୍ରକାଶ ନ କରିବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.