fbpx
BJD
BJD SKY
BJD SKY

ରଥଖଳାରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚୂଡ଼ାନ୍ତ ପର୍ଯ୍ୟାୟରେ ତିନିରଥର ନାହାକା ଓ ଚକ ନିର୍ମାଣ

ପୁରୀ (ଭାସ୍କର ନ୍ୟୁଜ୍‌) : ପବିତ୍ର ଅକ୍ଷୟତୃତୀୟାଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ କରାଯିବା ପରେ ତହିଁ ପରଦିନଠାରୁ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଶୁକ୍ରବାର ଧଉରା କାଠରେ ମହାପ୍ରଭୁଙ୍କ ରଥର ୪୦ ଫୁଟିଆ ଅଖଚକ ନିର୍ମାଣ ପାଇଁ ଶୁଭ ଅନୁକୂଳ କରାଯାଇଛି । ପ୍ରତ୍ୟେକ ରଥ ପାଇଁ ଗୋଟିଏ ଲେଖାଏଁ ଅଖ ପ୍ରସ୍ତୁତ କରାଯାଉଛି । ଇତିମଧ୍ୟରେ ତିନିରଥର ନାହାକା ଓ ଚକ ନିର୍ମାଣ କାର୍ଯ୍ୟ ଏକରକମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ମୁଖ୍ୟ ବିଶ୍ୱକର୍ମା ସୂଚନା ଦେଇଛନ୍ତି ।

ଦିନରାତି ୨୪ ଘଣ୍ଟା ବିଭିନ୍ନ ବିଶ୍ୱକର୍ମା ରଥକାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଖୁବ୍‌ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି । ରଥ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ସମିତି ପକ୍ଷରୁ କରାଯାଉଛି । ଜିଲ୍ଲାପାଳ ଇତିମଧ୍ୟରେ ରଥଖଳାକୁ ଯାଇ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ।

ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ଚଳିତବର୍ଷ ଦର୍ଶକଙ୍କ ଗହଣରେ ଏହି ରଥଯାତ୍ରା କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Get real time updates directly on you device, subscribe now.