fbpx

ବଡ଼ ଘୋଷଣା: ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ଖୁସିଖବର, ୩୦ ଜୁନ୍ ପର୍ଯ୍ୟନ୍ତ ଏହି ସୁବିଧା ଯୋଗାଇବେ ସରକାର

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଓ ଆପଣ ପ୍ରତି ମାସରେ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ନିକଟରେ ପ୍ରତ୍ୟେକ ରାସନ କାର୍ଡକୁ ଆଧାର ସହିତ ଲିଙ୍କ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୧ ମାର୍ଚ୍ଚ ୨୦୨୩ ଶେଷ ତାରିଖ ଥିଲା । ବର୍ତ୍ତମାନ ଆଧାର ଏବଂ ରାସନ କାର୍ଡକୁ ଲିଙ୍କ କରିବାର ତାରିଖ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ତାରିଖ ପର୍ଯ୍ୟନ୍ତ ଆପଣ ଉଭୟକୁ ଲିଙ୍କ କରି ମାଗଣା ରାସନର ଫାଇଦା ଦୀର୍ଘ ସମୟ ପର୍ଯ୍ୟନ୍ତ ଉଠାଇ ପାରିବେ ।

ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ମଧ୍ୟ ଆଧାର ଏବଂ ରାସନ କାର୍ଡକୁ ଲିଙ୍କ କରିବାର ତାରିଖ ବଢ଼ାଇବାକୁ ବିଜ୍ଞପ୍ତି ଜାରି କରିଛି । ଆଧାର-ରାସନ କାର୍ଡ ଲିଙ୍କ ପାଇଁ ଶେଷ ତାରିଖ ୩୦ ଜୁନ କରିଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ବିଶ୍ୱାସ ରହିଛି ଯେ, ରାସନ କାର୍ଡ ଓ ଆଧାର କାର୍ଡ ଲିଙ୍କ କରିବା ଦ୍ୱାରା ଗରିବ ଲୋକଙ୍କୁ ରାସନ ମିଳିଛି କି ନାହିଁ ଜାଣିବା ଆହୁରି ସହଜ ହୋଇଯିବ ।

୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଆଧାର ଏବଂ ରାସନ କାର୍ଡକୁ ଲିଙ୍କ କରିବା ପାଇଁ ୩୧ ଡିସେମ୍ବର ୩୧ ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏହା ହେଉଛି ଦ୍ୱିତୀୟ ଥର ଯେତେବେଳେ ଶେଷ ତାରିଖ ବଢ଼ାଯାଉଛି । ସରକାର ଯେବେଠାରୁ ରାସନ କାର୍ଡକୁ ୱାନ୍ ନେସନ-ୱାନ ରାସନର ଘୋଷଣା କରିଛନ୍ତି, ସେହି ଦିନଠାରୁ ଆଧାର ସହିତ ରାସନ କାର୍ଡକୁ ଲିଙ୍କ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ଏହିପରି କରନ୍ତୁ ଲିଙ୍କ୍ :-
ଯଦି ଆପଣ ଅଫଲାଇନ୍ ରାସନ୍ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବାକୁ ଚାହୁଁଛନ୍ତି, ତେବେ ନିମ୍ନରେ କିଛି ଷ୍ଟେପ୍ ଦିଆଯାଇଛି । ଏହି ଷ୍ଟେପ୍ ମାଧ୍ୟମରେ ଆପଣ ରାସନ କାର୍ଡ ସହ ଆଧାରକୁ ଲିଙ୍କ କରିପାରିବେ ।

– ସମସ୍ତ ପ୍ରମାଣପତ୍ରକୁ ନିକଟସ୍ଥ ପବ୍ଲିକ୍ ବିତରଣ ସିଷ୍ଟମ୍ (ପିଡିଏସ) କିମ୍ବା ରାସନ ଦୋକାନକୁ ଆଣ ।
– ପିଡିଏସ / ରେସନ୍ ଦୋକାନରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ ।
– ଆପଣଙ୍କର ଆଧାର କାର୍ଡ ଯାଞ୍ଚ କରିବାକୁ, ପିଡିଏସ/ ରାସନ୍ ଦୋକାନ ପ୍ରତିନିଧୀ ଫିଙ୍ଗର ପ୍ରିଣ୍ଟ ପ୍ରାମାଣିକିକରଣ ପାଇଁ ଅନୁରୋଧ କରିପାରନ୍ତି ।
– ଡକ୍ୟୁମେଣ୍ଟ ଦାଖଲ କରିବା ଏବଂ ପ୍ରକ୍ରିୟା ଆରମ୍ଭ ହେବା ପରେ ଆପଣଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ ।
– ଆଧାର କାର୍ଡ ସଫଳତାର ସହ ରାସନ କାର୍ଡରେ ଲିଙ୍କ ହୋଇଛି ବୋଲି ଆପଣଙ୍କୁ ଆଉ ଏକ ଏସଏମଏସ ମିଳିବ ।

Get real time updates directly on you device, subscribe now.