fbpx

ରାସନ କାର୍ଡ ସହ ଆଧାର ଲିଙ୍କ ପାଇଁ ବଢିଲା ସମୟ, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ରାସନ କାର୍ଡକୁ ନେଇ ଅପଡେଟ ଆସିଛି । ବର୍ତ୍ତମାନ ଖାଦ୍ୟ ଏବଂ ଲଜିଷ୍ଟିକ ବିଭାଗ ଦ୍ୱାରା ଇ-କେୱାଇସି କରିବାର ଆଦେଶ ଜାରି ହୋଇଛି । ଏହା ଏଥିପାଇଁ କରାଯାଇଛି କାରଣ ରାସନ କାର୍ଡରେ ସଦସ୍ୟଙ୍କ ସଂଖ୍ୟା ଅପଡେଟ ହେବ । ଅର୍ଥାତ କାହାର ବିବାହ ହୋଇଯାଇଛି କି ମୃତ୍ୟୁ ଘଟିଛି ତାଙ୍କ ନାମ ହଟାଯାଇଛି । ଅର୍ଥାତ ପରିବାରରେ ଯେତିକି ସଦସ୍ୟ ଅଛନ୍ତି ତାଙ୍କର କେୱାଇସି ପୂରଣ କରିବାକୁ ପଡିବ ।

ଫୁଡ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବୁସନ ଡିପାର୍ଟମେଣ୍ଟ ନୋଟିଫିକେସନ ଜାରି କରିଛି । ନୋଟିଫିକେସନ ମୁତାବକ, ଆଧାରକୁ ଖାଦ୍ୟ ସବସିଡି ଖାତାରେ ବା ସାର୍ବଜନୀନ ବିତରଣ ପ୍ରଣାଳୀ ରାସନ କାର୍ଡ ସହ ଯୋଡିବାର ଲାଷ୍ଟ ଡେଟ ବଢାଯାଇଛି । ଏହାର ଲାଷ୍ଟ ଡେଟ ୩୦ ଜୁନରୁ ବଢାଯାଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢାଯାଇଛି । ସରକାର ଫେବୃଆରୀ ୨୦୧୭ରେ ପିଡିଏସର ଲାଭାର୍ଥୀଙ୍କ ପାଇଁ ରାସନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଥିଲା ।

Get real time updates directly on you device, subscribe now.