fbpx

ଖୁସି ଖବର! ରାସନ କାର୍ଡ ଥିଲେ ମାସରେ ୨ ଥର ମିଳିବ ମାଗଣା ରାସନ୍ ସାମଗ୍ରୀ

ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ ଖୁସି ଖବର । ରାସନ କାର୍ଡ ତିବା ସମସ୍ତ ଉପଭୋକ୍ତାଙ୍କୁ ମାସରେ ୨ ଥର ରାସନ୍ ସାମଗ୍ରୀ ମିଳିପାରିବ ବୋଲି ସୂଚନା ମିଳିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ରାସନ କାର୍ଡଧାରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହି କ୍ରମରେ ବର୍ତ୍ତମାନ ରାସନ କାର୍ଡର ହିତାଧିକାରୀମାନଙ୍କୁ ମେ’ ମାସରେ ୨ ଥର ରାସନ ସାମଗ୍ରୀ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତୁ ଜାଣିବା କିପରି ଏହି ଯୋଜନାର ଫାଇଦା ଉଠାଇପାରିବେ ।

ସୂଚନା ଅନୁସାରେ, ହରିୟାଣା ସରକାର ଗରିବ ପରିବାରଙ୍କ ପାଇଁ ଏହି ବ୍ୟବସ୍ଥା କରିଛନ୍ତି । ଗତ ଏପ୍ରିଲ ମାସର ରାସନ୍ ସାମଗ୍ରୀ ଗରିବ ପରିବାରଙ୍କ ପାଖରେ ପହଞ୍ଚି ପାରିନାହିଁ । ଯେଉଁଥିପାଇଁ ଗରିବ ପରିବାରମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ତେଣୁ ଏହାର କୋଟା ପୂରଣ କରିବା ପାଇଁ ହରିୟାଣା ସରକାର ମେ’ ମାସରେ ଏପ୍ରିଲ ଏବଂ ମେ’ ୨ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେବେ । ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଯେଉଁ ହିତାଧିକାରୀମାନେ ଏପ୍ରିଲ ମାସରେ ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବେ, ସେମାନଙ୍କୁ ମେ’ ମାସରେ ଡବଲ୍ ସାମଗ୍ରୀ ପ୍ରଦାନ କରିବେ ରାଜ୍ୟ ସରକାର । ତେଣୁ ରାସନ ଡିପୋରେ ଏପ୍ରିଲ ମାସର ରାସନ୍ ଷ୍ଟକ ମଧ୍ୟ ପହଞ୍ଚିସାରିଛି । ତେବେ କେବଳ ବିପିଏଲ ଏବଂ ଏଏୱାଇ କାର୍ଡଧାରୀ ହିଁ ଉପଭୋଗ କରିପାରିବେ ।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ମାସର ରାସନ୍ ନେବା ପାଇଁ ହିତାଧିକାରୀଙ୍କୁ ମେ’ ୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ହରିୟାଣାର ଖାଦ୍ୟ ଏବଂ ଯୋଗାଣ ବିଭାଗ ତରଫରୁ ଏ ନେଇ ନିର୍ଦ୍ଦେଶ ମିଳିବା ପରେ ଡିପୋ ହୋଲ୍ଡର ଏବଂ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଡିପୋ ହୋଲ୍ଡରମାନେ ରାସନ୍ ବିତରଣର ସମୟସୀମା ବୃଦ୍ଧି କରିବା ପାଇଁ ଦାବି କରିଥିଲେ । ତେଣୁ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.