21ରେ ମହାପ୍ରଭୁଙ୍କ ପଇତା ଲାଗି-23ରେ ବନକଲାଗି, 4ଦିନ ରତ୍ନଭଣ୍ଡାର ମରାମତି ବନ୍ଦ

ଶ୍ରୀମନ୍ଦିରରେ ଦର୍ଶନ ନେଇ କଟକଣା ।

ଭୁବନେଶ୍ବର: ଶ୍ରୀମନ୍ଦିରରେ ଦର୍ଶନ ନେଇ କଟକଣା ହୋଇଛି । ଶ୍ରୀମନ୍ଦିରରେ ଚଳିତ 21 ତରିଖରେ ପଇତା ଲାଗି ଏବଂ 23 ତାରିଖରେ ବନକଲାଗି ନୀତି ଅନୁଷ୍ଠିତ ହେବ । ତେବେ ଏନେଇ ଦର୍ଶନ କଟକଣା କରାଯାଇଛି ।

ଦ୍ବିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ନୀତି କରାଯିବ । ତେବେ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ନେଇ କୁହାଯାଇଛି । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଉଥିବା ନେଇ ସେବାୟତମାନେ କହିଛନ୍ତି ।

ଅନ୍ୟପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ବନ୍ଦ ରହିବ । ଆସନ୍ତା 21ରୁ 24 ତାରିଖ 4 ଦିନ ଯାଏଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କମ୍ ସମୟ ବ୍ୟବଧାନରେ ମହାପ୍ରଭୁଙ୍କ ପଇତାଲାଗି, ରାମାଭିଷେକ ଏବଂ ବନକଲାଗି ନୀତି ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି ।

ତେବେ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିବାକୁ ଥିବା ଭକ୍ତଙ୍କ ପୂର୍ବରୁ ସୂଚନା ଜାରି କରିଛି ମନ୍ଦିର ପ୍ରଶାସନ ।