ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ୱିନ ଭାରତୀୟ କ୍ରିକେଟର ସବୁଠୁ ସଫଳ ଏବଂ ସମ୍ମାନୀତ ଅଫ୍ ସ୍ପିନ ବୋଲରଙ୍କ ମଧ୍ୟରୁ ପରିଚିତ। ସେ ନିଜ କଠିନ ପରିଶ୍ରମ ଏବଂ ସାନଦାର କ୍ରିକେଟ ପ୍ରଦର୍ଶନରେ ସାରା ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଅଶ୍ୱିନ କେବଳ କ୍ରିକେଟରେ ନୁହେଁ, ସେ ଏକ ସଫଳ ବ୍ରାଣ୍ଡ ଏମ୍ବେସଡର ଏବଂ ବିଜନେସମ୍ୟାନ ବି ଅଟନ୍ତି। ଏଥିରେ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି, ଯାହାପରେ ଆମେ ତାଙ୍କ ନେଟୱର୍ଥ, ରୋଜଗାରର ମାଧ୍ୟମ ଏବଂ ବ୍ୟକ୍ତିଗତ ଜୀବନ ଉପରେ ଏକ ନଜର ପକାଇଛୁ।
ମିଡିଆ ରିପୋର୍ଟ ମୁତାବକ, ରବିଚନ୍ଦ୍ରନ ଅଶ୍ୱିନଙ୍କ ସମୁଦାୟ ସଂପତ୍ତି ପାଖାପାଖି ୧୬ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୩୨ କୋଟି ଟଙ୍କାର ଅଟେ। ଏତେ ବଡ଼ ସଫଳତା ଏବଂ ସଂପତ୍ତି ପରେ ବି ଅଶ୍ୱିନ ବହୁତ ସରଳ ଜୀବନଯାପନ କରନ୍ତି। ତାଙ୍କ ଘର ପାଖାପାଖି ୮୯ କୋଟି ଟଙ୍କାର ଅଟେ। ଏହା ତାଙ୍କ ସମୁଦାୟ ସଂପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଅଶ୍ୱିନ ପ୍ରତିବର୍ଷ ୧୦ କୋଟି ରୋଜଗାର କରନ୍ତି, ଯାହା ମାସକୁ ହାରାହାରି ୫୦ ଲକ୍ଷ ଟଙ୍କା। ତାଙ୍କ ରୋଜଗାରର ମୁଖ୍ୟ ଜରିଆ କ୍ରିକେଟ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟସ୍। ସେହିପରି ଭିନ୍ନ-ଭିନ୍ନ ବ୍ରାଣ୍ଡର ପ୍ରଚାର କରି ମଧ୍ୟ ସେ ଭଲ ରୋଜଗାର ଏବଂ ଲୋକପ୍ରିୟତା ହାସଲ କରନ୍ତି।
ଆଶ୍ୱିନ ଆଇପିଏଲର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏବଂ ଆଇପିଏଲରୁ ମିଳିଥିବା ରୋଜଗାରରେ ତାଙ୍କର ସମୁଦାୟ ଆୟର ବଡ଼ ଭାଗ ଅଟେ। ଆଇପିଏଲ ମେଗା ଅକ୍ସନରେ ଚେନ୍ନାଇ ସୁପର କିଙ୍ଗ ତାଙ୍କୁ ୯.୭୫ କୋଟି ଟଙ୍କାରେ କିଣିଛନ୍ତି।
ଅଶ୍ୱିନଙ୍କ ଜୀବନ ବହୁତ ସିମ୍ପଲ। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ପ୍ରୀତି ନାରାୟଣ ଏବଂ ଦୁଇ ଝିଅ ଅଖିରା ଏବଂ ଅଧ୍ୟା। ଅଶ୍ୱିନ ୨୦୧୧ରେ ଭାରତ ପାଇଁ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ୧୦୬ ଟେଷ୍ଟ ମ୍ୟାଚରେ ୫୩୭ ୱିକେଟ ନେଇଛନ୍ତି ଏବଂ ୩୫୦୩ ରନ କରିଛନ୍ତି। ସେ ୬ ଶତକ ଏବଂ ୧୪ ଅର୍ଦ୍ଧଶତକ ମଧ୍ୟ କରିଛନ୍ତି। ଅଶ୍ୱିନଙ୍କୁ ଭାରତୀୟ କ୍ରିକେଟ ସବୁଠୁ ଭଲ ବୋଲରଙ୍କ ମଧ୍ୟରେ ରଖିଛି।