fbpx

ପଞ୍ଚମ ଟେଷ୍ଟରେ ନେତୃତ୍ୱ ନେବେ ରବିଚନ୍ଦ୍ରନ ଅଶ୍ୱୀନ! ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆର ନୂଆ ଦଳ

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ନିଜ ନାମରେ କରି ସାରିଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ପରାଜୟ ପରେ ଲଗାତାର ୩ଟି ମ୍ୟାଚ ଜିତି ଟେଷ୍ଟ ସିରିଜ ବିଜୟୀ ହୋଇଛି ରୋହିତ ସେନା । ଏବେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟକୁ ଅପେକ୍ଷା ରହିଛି । ତେବେ ଏହି ମ୍ୟାଚ ପାଇଁ ଦଳରେ ଅନେକ ପରିବର୍ତ୍ତନ କରିପାରେ ଭାରତର ଟିମ ମ୍ୟାନେଜମେଣ୍ଟ । ଏହି ଦଳରେ ଅଧିନାୟକ ରୋହିତ ଶର୍ମା ବିଶ୍ରାମ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ରୋହିତଙ୍କ ସ୍ଥାନରେ ଭେଟେରାନ୍ ସ୍ପିନର ରବିଚନ୍ଦନ ଅଶ୍ୱୀନଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ।

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ଯେ, ଶେଷ ମ୍ୟାଚରେ ରୋହିତ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଅଧିନାୟକ ପଦ ଦେବା ଉଚିତ୍ । ଏହି ମ୍ୟାଚ ଅଶ୍ୱୀନଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ହେବାକୁ ଯାଉଛି । ତେଣୁ ଅଶ୍ୱୀନଙ୍କ ପାଇଁ ସ୍ପେଶାଲ ମ୍ୟାଚକୁ ଆହୁରି ସ୍ପେଶାଲ କରିବା ପାଇଁ ରୋହିତ ତାଙ୍କୁ ଅଧିନାୟକ ପଦ ପ୍ରଦାନ କରିବା ଉଚିତ୍ । ଟିମ ଇଣ୍ଡିଆ ପାଇଁ ଅଶ୍ୱୀନଙ୍କ ଯୋଗଦାନ ପାଇଁ ତାଙ୍କୁ ଏହା ଏକ ସମ୍ମାନ ହେବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

ତେବେ ସୁନୀଲଙ୍କ ଏହି ବୟାନରେ ଅଶ୍ୱୀନ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହାର ଉତ୍ତରରେ ଅଶ୍ୱୀନ କହିଛନ୍ତି ଯେ, ଯେତେ ଲମ୍ବା ସମୟ ପର୍ଯ୍ୟନ୍ତ ଦଳରେ ରହିପାରିବେ ସେତେ ଭଲ । ଅଶ୍ୱୀନ କହିଛନ୍ତି ଯେ, ଆପଣ ବେଶ୍ ଉଦାର ହୃଦୟବାନ୍ ସନୀ ଭାଇ । ଏଥିପାଇଁ ଆପଣଙ୍କୁ କୃତଜ୍ଞତା । କିନ୍ତୁ ମୋତେ ଲାଗୁଛି ଯେ ମୁଁ ଏସବୁରୁ ଖୁବ ଆଗେଇ ଯାଇଛି । ମୁଁ ଏହି ଟିମ ସହ କଟାଇଥିବା ପ୍ରତ୍ୟେକ ସମୟର ଆନନ୍ଦ ନେଉଛି । ଏହା ଯେତେ ଦିନ ଅଧିକ ରହିବ, ମୋତେ ସେତେ ଖୁସି ଲାଗିବ ବୋଲି କହିଛନ୍ତି ଅଶ୍ୱୀନ ।

Get real time updates directly on you device, subscribe now.