ରବୀନ୍ଦ୍ର ଜାଡେଜାଙ୍କ ପାଖରେ ୱାନଡେ ସିରିଜରେ ବଡ଼ ସୁଯୋଗ, ତିନି ୱିକେଟ ନେଲେ ରଚିବେ ଇତିହାସ

ଭାରତୀୟ ଟିମ ୬ ଫେବୃଆରୀରୁ ଇଂଲଣ୍ଡ ବିପକ୍ଷରେ ତିନୋଟି ମ୍ୟାଚର ୱାନଡେ ସିରିଜ ଖେଳିବ, ଯାହାର ମୁକାବିଲା ନାଗପୁରର ବିଦର୍ଭ ଷ୍ଟାଡିୟମରେ ଖେଳାଯିବ।

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ୱାନଡେ ସିରିଜ ୬ ଫେବୃଆରୀରୁ ଆରମ୍ଭ ହେବ। ଏହି ମ୍ୟାଚ ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

ଏହି ସିରିଜ ପୂର୍ବରୁ ଦୁଇଟି ଟିମ ମଧ୍ୟରେ ୫ଟିକିଆ ମ୍ୟାଚର ଟି୨୦ ସିରିଜ ଖେଳାଯାଇଥିଲା। ଏଥିରେ ଟିମ ଇଣ୍ଡିଆ ୪-୧ରେ ବିଜୟ ଲାଭ କରିଥିଲା।

ଟିମ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନରେ ସମସ୍ତଙ୍କ ନଜର ରହିବ। ତେବେ ଏହି ମ୍ୟାଚରେ ରବୀନ୍ଦ୍ର ଜାଡ଼େଜାଙ୍କ ପାଖେ ଏକ ଖାସ ସୁଯୋଗ ରହିଛି, ଯେଉଁଥିରେ ସେ ରେକର୍ଡ ସୃଷ୍ଟି କରିପାରିବେ।

ମାତ୍ର ତିନି ୱିକେଟ ପଛରେ: ରବୀନ୍ଦ୍ର ଜାଡେଜା ୬୦୦ ଇଣ୍ଟରନେସନାଲ ୱିକେଟରୁ ମାତ୍ର ତିନି ୱିକେଟ ପଛରେ ଅଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ଜଲୱା ଦେଖିବାକୁ ମିଳିଛି। ଏଥିରେ ସେ ୨୦୨୪ରେ ଟିମ ଇଣ୍ଡିଆକୁ ଟି୨୦ ୱାର୍ଲଡ କପ ଜିତିବା ପରେ ଟି୨୦ ଇଣ୍ଟରନେସନାଲକୁ ବିଦାୟ ଦେଇଛନ୍ତି।

ଜାଡେଜା ତିନୋଟି ଫର୍ମକୁ ମିଶାଇ ଏପର୍ଯ୍ୟନ୍ତ ୩୫୧ଟି ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୨୯.୦୫ ରୁ ୫୯୭ ୱିକେଟ ହାସଲ କରିଛନ୍ତି। ଜାଡେଜା ୬୦୦ ଅନ୍ତର୍ଜାତୀୟ ୱିକେଟର ସଂଖ୍ୟାରୁ ମାତ୍ର ତିନୋଟି ୱିକେଟ ପଛରେ ଅଛନ୍ତି।

ସେ ଏହି ଉପଲବ୍ଧିକୁ ହାସଲ କରିଥିବା ୫ମ ଭାରତୀୟ ଖେଳାଳି ହୋଇଯିବେ। ଜାଡେଜା ଏପର୍ଯ୍ୟନ୍ତ ୱାନଡେରେ ୨୨୦ ୱିକେଟ ଏବଂ ଟେଷ୍ଟରେ ୩୨୩ ୱିକେଟ ହାସଲ କରିଛନ୍ତି। ଏହା ବ୍ୟତୀତ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ସେ ୫୪ ୱିକେଟ ହାସଲ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ ହାସଲ କରିଥିବା ଭାରତୀୟ ବୋଲର:
-ଅନୀଲ କୁମ୍ବେଲ- ୯୫୩ ୱିକେଟ
-ରବୀଚନ୍ଦ୍ରନ ଅଶ୍ୱିନୀ-୭୬୫ ୱିକେଟ
-ହରଭଜନ ସିଂହ-୭୦୭ ୱିକେଟ
କପିଲ ଦେବ-୬୮୭ ୱିକେଟ
-ରବୀନ୍ଦ୍ର ଜାଡେଜା-୫୯୭ ୱିକେଟ