fbpx
BJD SKY
BJD SKY

ରାୟୁଡୁଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୩୭ ରନର ଲକ୍ଷ୍ୟ

BJD

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଇଥିବା ମୁକାବିଲାରେ ୧୩୭ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ । ଅମ୍ବାତି ରାୟୁଡୁଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୩୬ ରନ ସଂଗ୍ରହ କରିଛି । ଅମ୍ବାତି ରାୟୁଡୁ ୪୩ ବଲର ସମ୍ମୁଖୀନ ହୋଇ ୫ ଚୌକା ଏବଂ ୨ ଛକା ସହାୟତାରେ ୫୫ ରନ ସଂଗ୍ରହ କରିଥିଲେ । ଦିଲ୍ଳୀ ପକ୍ଷରୁ ଅକ୍ଷର ପଟେଲ ୧୮ ରନ ବ୍ୟୟରେ ୨ଟି ୱିକେଟ ଅକ୍ତିଆର କରିଥିଲେ ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ପ୍ରଥମ ୱିକେଟରେ ୨୮ ରନ ସଂଗ୍ରହ କରିଥିଲେ ଋତୁରାଜ ଗାଏକ୍ୱାଡ ଓ ଫାଫ ଡୁପ୍ଲେସିସ । ତୃତୀୟ ଓଭରରେ ଡୁପ୍ଲେସିସ ଆଉଟ ହେବା ପରେ ରନ ଗତି ସାମାନ୍ୟ ଧୀମେଇ ଯାଇଥିଲା । ରବିନ ଉତ୍ଥାପ୍ପା ୧୯ ରନ କରିଥିଲେ । ମୋଇନ ଅଲୀ(୫) ବିଫଳ ହୋଇଥିବା ବେଳେ ଅମ୍ବାତି ରାୟୁଡୁ ଅପରାଜିତ ୫୫ ରନ କରି ଦଳକୁ ଏକ ସମ୍ମାନ ଜନକ ସ୍କୋର ପ୍ରଦାନ କରିଥିଲେ । ଅକ୍ଷର ପଟେଲ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆନିର୍କ ନର୍ଜେ, ଆର. ଅଶ୍ୱିନ ଓ ଆଭେଶ ଖାନ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.