fbpx

ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ଆରବିଆଇର ସତର୍କବାଣୀ

ନୂଆଦିଲ୍ଲୀ,୨୨ ।୮: ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏକ ଇଣ୍ଟରଭ୍ୟୁରେ ଶକ୍ତିକାନ୍ତ କହିଛନ୍ତି ଯେ, ଘରୋଇ ବଜାରର ପରିସ୍ଥିତି ସହ ଅର୍ଥବ୍ୟବସ୍ଥାର ପ୍ରକୃତ ସ୍ଥିତି ମେଳ ଖାଉନାହିଁ । ଏଭଳି ପରିସ୍ଥିତିରେ ଆଗାମୀ ସମୟରେ ଷ୍ଟକ୍ ମାକେର୍ଟର ଦିଗ ନିଶ୍ଚିତ ରୂପେ ବଦଳିଯିବ । ଏହା ସହ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଯେ, ‘ଆଗକୁ ସେୟାର ବଜାରରେ ହ୍ରାସ ଘଟିବ, କିନ୍ତୁ ଏହି ହ୍ରାସ କେତେ ଦିନ ପର୍ଯ୍ୟନ୍ତ ଆସିବ ତାହା ଆମେ କହିପାରିବୁ ନାହିଁ ।

Get real time updates directly on you device, subscribe now.