fbpx
BSKY
BJD SHG SKY
BJD MC SKY

ବଢିଲା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ଲାଗୁ କରିବାର ସମୟସୀମା, ଏବେ ଏହି ତାରିଖ ପର୍ଯ୍ୟନ୍ତ ଜାରି ରହିବ ସେବା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପେଟିଏମ୍‌କୁ ବଡ ଆଶ୍ୱସ୍ତି ଦେଇ ୧୫ ଦିନ ପର୍ଯ୍ୟନ୍ତ ଏହାର ସେବାକୁ ବୃଦ୍ଧି କରିଛି । ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ସୀମା ଫେବୃୟାରୀ ୨୯ରେ ଲାଗୁ ହେବ ନାହିଁ । ଏହାର ସେବା ଆଗକୁ ଆହୁରି ୧୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ୧୫ ମାର୍ଚ୍ଚ ପରେ ଲାଗୁ ହେବ । ଏହାର ଅର୍ଥ ପେଟିଏମ୍ ୱାଲେଟ୍‌, ଫାଷ୍ଟଟ୍ୟାଗ ଓ ଗ୍ରାହକଙ୍କ ଖାତାରେ କାରବାର ୧୫ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କରାଯାଇପାରିବ । ଏହା ସହିତ ଆର୍‌ବିଆଇ ପେଟିଏମକୁ ନେଇ FAQ ମଧ୍ୟ ଜାରି କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ୩୧ ଜାନୁୟାରୀ ୨୦୨୪ରେ ଆରବିଆଇ ଏକ ବଡ ପଦକ୍ଷେପ ସ୍ୱରୂପ ପେଟିଏମ୍ ପେମେଣ୍ଟ ବ୍ୟାଙ୍କିଂ ସେବା ବନ୍ଦ କରିବା ପାଇଁ ଆଦେଶ ଜାରି କରିଥିଲା । ଏହା ୨୯ ଫେବୃୟାରୀ ୨୦୨୪ରୁ ଲାଗୁ ହେବାର ଥିଲା । କିନ୍ତୁ ଏବେ ଏହି ତାରିଖରେ ସଂଶୋଧନ କରାଯାଇଛି ।

Get real time updates directly on you device, subscribe now.