fbpx

ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍; ଚମତ୍କାର ପ୍ରଦର୍ଶନ କଲେ ଭାରତୀୟ ମହିଳା ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା ଖେଳାଳିମାନେ ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ ଜିତିବା ଜାରି ରଖିଛନ୍ତି । ମାଲେସିଆର ସେଲାଙ୍ଗରରେ ଚାଲିଥିବା ଏହି ମ୍ୟାଚରେ ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ଭାରତ । ଏକ ନମ୍ବର ସ୍ଥାନରେ ପହଞ୍ଚିଥିବା ଥିବା ଦଳ ଚୀନ୍ କୁ ପରାସ୍ତ କରି ଭାରତ ହଂକଂକୁ ଚକିତ କରିଛି । କ୍ୱାର୍ଟର ଫାଇନାଲରେ ଭାରତ ହଂକଂକୁ ୩-୦ ଗୋଲରେ ପରାସ୍ତ କରିଥିଲା । ଫଳରେ ଏହି ଚାମ୍ପିୟନଶିପରେ ଭାରତର ପ୍ରଥମ ପଦକ ନିଶ୍ଚିତ ହୋଇଛି । ଏହି ମ୍ୟାଚରେ ଭାରତର ବିଜୟରେ କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଲୁ ହିନ୍ ୟାନ୍ ଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ । ସିନ୍ଧୁ ୫୨ ମିନିଟ୍ ରେ ବିଶ୍ୱର ୭୭ତମ ସ୍ଥାନରେ ଥିବା ଲୋ ହିନ୍ ୟାନ୍ ହ୍ୟାପିଙ୍କୁ ୨୧-୭, ୧୬-୨୧ ଓ ୨୧-୧୨ରେ ପରାସ୍ତ କରିଥିଲେ । ଅନ୍ୟ ମ୍ୟାଚ୍ ଗୁଡ଼ିକରେ ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଦ୍ବିତୀୟ ମ୍ୟାଚ୍ ଜିତିଛନ୍ତି ।

Get real time updates directly on you device, subscribe now.