fbpx

ଇଂଲଣ୍ଡ ଟେଷ୍ଟ ସିରିଜ ଭିତରେ ଅବସର ଘୋଷଣା କଲେ ଷ୍ଟାର କ୍ରିକେଟର: ଧୋନୀଙ୍କ ପାଇଁ ଥିଲେ ମାଷ୍ଟରକାର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜ କେଳୁଥିବା ବେଳେ ଅଚାନକ ଅବସର ନେଇ ଘୋଷଣା କରିଛନ୍ତି ଭାରତର ଷ୍ଟାର ଖେଳାଳି । କ୍ୟାପଟେନ୍ କୁଲ ମାହିଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ପ୍ଲେୟର ଦୀର୍ଘ ଦିନ ପର୍ଯ୍ୟନ୍ତ ଦଳରୁ ବାହାରେ ରହିବା ପରେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଟିମ ଇଣ୍ଡିଆର ପେସ୍ ବୋଲର ବରୁଣ ଆରୋନ୍ ଫାଷ୍ଟ କ୍ଲାସ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଆରୋନଙ୍କ ଏହି ଘୋଷଣା ପରେ କ୍ରିକେଟ ଜଗତରେ ସମସ୍ତ ଅର୍ଶ୍ଚ୍ୟ ହୋଇ ଯାଇଛନ୍ତି । ଅସୁସ୍ଥତା ଯୋଗୁଁ ଅବସର ନେଉଥିବା ସେ ପ୍ରକାଶ କରିଛନ୍ତି ।

୩୪ ବର୍ଷ ବୟସରେ ବରୁଣ ଆରୋନ୍ ଫାଷ୍ଟ କ୍ଲାସ କ୍ରିକେଟରୁ ବିଦାୟ ନେଇଛନ୍ତି । ଏହି ଫର୍ମାଟରେ ବରୁଣ ୬୫ଟି ମ୍ୟାଚ ଖେଳିଥିବା ବେଳେ ୧୬୮ଟି ୱିକେଟ ନିଜ ନାମରେ କରିଛନ୍ତି । ଝାଡ଼ଖଣ୍ଡ ପକ୍ଷରୁ ଖେଳି ସେ ୩୪ ହାରରେ ୱିକେଟ ସଂଗ୍ରହ କରିଛନ୍ତି । ତେବେ ବର୍ତ୍ତମାନ ସେ ଶାରୀରକ ଅସୁସ୍ଥତା ଯୋଗୁଁ କ୍ରିକେଟର ଏହି ଫର୍ମାଟରୁ ଅବସର ନେବାକୁ ଚାହୁଁଛନ୍ତି ବୋଲି ପ୍ରକାଶ କରିଛନ୍ତି । ଫାଷ୍ଟ କ୍ଲାସ ବ୍ୟତୀତ ଟିମ ଇଣ୍ଡିଆ ପାଇଁ ମଧ୍ୟ ୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ବରୁଣ ଆରୋନ୍ । ଏହି ୯ଟି ମ୍ୟାଚରେ ସେ ୧୮ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ୯ଟି ଦିନିକିଆରୁ ୧୧ ୱିକେଟ ତାଙ୍କ ନାମରେ ସାମିଲ ରହିଛି ।

କିଛି ବର୍ଷ ପୂର୍ବେ ଭାରତୀୟ ଦଳର ସବୁଠାରୁ ଦ୍ରୁତ ବୋଲରଙ୍କ ତାଲିକାରେ ସାମିଲ ଥିଲେ ବରୁଣ ଆରୋନ୍ । କିନ୍ତୁ ଲଗାତାର ଆହତ ସମସ୍ୟା ଯୋଗୁଁ ସେ ଦଳରୁ ବାଦ୍ ପଡ଼ିଛନ୍ତି । ଏହାବ୍ୟତୀତ ବୋଲିଂରେ ଖରାପ ଲାଇନ୍-ଲେନ୍ଥ ମଧ୍ୟ ତାଙ୍କୁ ଦଳରୁ ଲଗାତାର ବାଦ୍ ଦେଇଥିଲା ।

ତେବେ ଏକ ଟେଷ୍ଟ ମ୍ୟାଚରେ ସେ ନିଜ ସୁପର-ଫାଷ୍ଟ ବଲରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଷ୍ଟୁଆର୍ଟ ବ୍ରଡଙ୍କ ନାକ ଭାଙ୍ଗି ଦେଇଥିଲେ । ୨୦୧୪ ମସିହାରେ ବରୁଣଙ୍କ ଏକ ବଲ୍ ସିଧା ଷ୍ଟୁଆର୍ଟଙ୍କ ହେଲମେଟରେ ବାଜିବାରୁ ତାଙ୍କ ନାକ ଫାଟି ଯାଇଥିଲା । ଫଳରେ ବ୍ୟାଟିଂ ଅଧାରୁ ଛାଡ଼ି ହସ୍ପିଟାଲ ନେଇ ଯାଇଥିଲେ ଦଳର ସଦସ୍ୟ ।

Get real time updates directly on you device, subscribe now.