fbpx

HDFC ପରେ ଏହି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲେ ଆରବିଆଇ: ଆପଣଙ୍କର ଅଛି କି ଆକାଉଣ୍ଟ?

ନୂଆଦିଲ୍ଲୀ: ନିୟମ ପାଳନରେ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏଚଡିଏଫସି ଲିମିଟେଡ ଉପରେ ଜରିମାନା ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାପରେ ବର୍ତ୍ତମାନ କେନ୍ଦ୍ରର ଆଉ ଏକ ବଡ ବ୍ୟାଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି । ଋଣ ପୁନରୁଦ୍ଧାର ଏଜେଣ୍ଟ ସମ୍ବନ୍ଧୀୟ ନିୟମକୁ ପାଳନ ନ କରିବାରୁ ଆରବିଏଲ ବ୍ୟାଙ୍କ ଲିମିଟେଡ ଉପରେ ୨.୨୭ କୋଟି ଟଙ୍କାର ଜରିମାନା ଆଦେଶ କରିଛନ୍ତି ରିଜର୍ଭ ବ୍ୟାଙ୍କ ।

ସୂଚନା ଅନୁସାରେ, ଗ୍ରାହକଙ୍କ ସହ ହୋଇଥିବା କୌଣସି ଟ୍ରାଞ୍ଜାକ୍ସନ କିମ୍ବା ଚୁକ୍ତି ସହ ଏହାର ସମ୍ବନ୍ଧ ନାହିଁ ବୋଲି କହିଛନ୍ତି ଆରବିଆଇ । ଏହାମଧ୍ୟରେ ସେଣ୍ଟ୍ରାଲ ବ୍ୟାଙ୍କ ବିଭିନ୍ନ ମାନଦଣ୍ଡର ଉଲ୍ଲଙ୍ଘନ ପାଇଁ ଅନେକ ସହକାରୀ ବ୍ୟାଙ୍କ ଉପରେ ଜରିମାନା ଆଦେଶ ଜାରି କରିଛନ୍ତି । ଏହି ତାଲିକାରେ ସୋଲାପୁର(ମହାରାଷ୍ଟ୍ର)ର ଲୋକମଙ୍ଗଳ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡ ଏବଂ ଇମ୍ପିରିୟାଲ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡ, ଜଳନ୍ଧର(ପଞ୍ଜାବ) ଇତ୍ୟାଦି ସାମିଲ ରହିଛି । ଏହାବ୍ୟତୀତ ମଧ୍ୟପ୍ରଦେଶର ରାୟସେନରେ ଥିବା ଜିଲ୍ଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ, ସ୍ମୃତି ନାଗରିକ ସହକାରୀ ବ୍ୟାଙ୍କ, ମୁମ୍ବାଇର ରାୟଗଡ ସହକାରୀ ବ୍ୟାଙ୍କ, ଉତ୍ତରପ୍ରଦେଶ ନୋଏଡାର ନେବେଲ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡ ଇତ୍ୟାଦି ବ୍ୟାଙ୍କ ଉପରେ ମଧ୍ୟ ଜରିମାନା ଆଦେଶ ହୋଇଛି ।

Get real time updates directly on you device, subscribe now.