fbpx

ଆଜିଠୁ ଆର୍‌ବିଆଇ ଗଭର୍ଣ୍ଣର ଭାବେ ଦ୍ୱିତୀୟ ପାଳି ଆରମ୍ଭ କରିବେ ଶକ୍ତିକାନ୍ତ ଦାସ, ଦେଶର ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ଉପରେ ଫୋକସ୍

ନୂଆଦିଲ୍ଲୀ: ଆଜିଠୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବ । ଏହି ପାଳିରେ ତାଙ୍କୁ ବହୁ ପୁରୁଣା ଆହ୍ୱାନ ସାମ୍ନା କରିବାକୁ ପଡ଼ିବ । ସେଥିରୁ ଦୁଇଟି ପ୍ରମୁଖ ବିଷୟ ହେଉଛି ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି । ଅଭିବୃଦ୍ଧିକୁ ବଢ଼ାଇବା ଏକ ଆହ୍ୱାନ ହୋଇ ରହିଥିବା ବେଳେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହେବ ବୋଲି କୁହାଯାଉଛି । କ୍ରିପ୍ଟୋକରେନ୍ସିକୁ ନେଇ ସାରା ଦେଶରେ ଉତ୍ସାହ ଥିବା ବେଳେ ସେଗୁଡ଼ିକୁ ନିଷିଦ୍ଧ କରିବା ଲାଗି ଆରମ୍ଭରୁ ଶକ୍ତିକାନ୍ତ ଦାବି କରୁଛନ୍ତି ।

ରିଜର୍ଭ ବ୍ୟାଙ୍କର ନିଜସ୍ୱ ଡିଜିଟାଲ୍‌ ମୁଦ୍ରା ଜାରି କରିବାର ଚାପ ମଧ୍ୟ ତାଙ୍କ ଉପରେ ରହିଛି । ପ୍ରଥମ ପାଳିରେ ଅନେକ ବ୍ୟାଙ୍କ ବିଫଳ ହୋଇଥିଲେ । ଶକ୍ତିକାନ୍ତଙ୍କ କାର୍ଯ୍ୟକାଳକୁ ଚଳିତ ବର୍ଷ ଅକ୍ଟୋବର ୨୮ରେ କେନ୍ଦ୍ର ସରକାର ଆଉ ତିନି ବର୍ଷ ବଢ଼ାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ତାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲା । ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାର୍ଡର ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରେ କାର୍ଯ୍ୟ କରିବେ ।

Get real time updates directly on you device, subscribe now.