fbpx
BSKY SKY
BSKY SKY

ବିନା ଅନୁମତିରେ ପତ୍ନୀଙ୍କ କଲ୍ ରେକର୍ଡିଂ କରିବା ଗୋପନୀୟତା ଅଧିକାର ଉଲଂଘନ କରିବା ସହିତ ସମାନ: ହାଇକୋର୍ଟ

BSKY

ନୂଆଦିଲ୍ଲୀ: ପତ୍ନୀଙ୍କୁ ନିଷ୍ଠୁରତା ଦେଖାଇବା ପାଇଁ ତାଙ୍କ ବିନା ଅନୁମତିରେ କଲ୍ ରେକର୍ଡିଂ କରିବା ହେଉଛି ଗୋପନୀୟତା ଅଧିକାରର ଉଲ୍ଲଂଘନ କରିବା ସହିତ ସମାନ । ଯାହାକୁ କୌଣସି ପରିସ୍ଥିତିରେ ବି ଉତ୍ସାହିତ କରାଯିବା ଉଚିତ୍ ନୁହେଁ । ପଞ୍ଜାବ-ହରିୟାଣା ହାଇକୋର୍ଟ ପକ୍ଷରୁ ଫ୍ୟାମିଲି କୋର୍ଟ ଦ୍ୱାରା ପ୍ରମାଣ ଆଧାରରେ ଦିଆଯାଇଥିବା କଲ୍ ରେକର୍ଡିଂକୁ ଖାରଜ କରି ଏଭଳି ବୟାନ ଦେଇଛନ୍ତି ।

ହାଇକୋର୍ଟରେ ଦାଖଲ କରିବାକୁ ଯାଇ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ସେମାନଙ୍କର ବୈବାହିକ ଜୀବନରେ ବିବାଦ ଜାରି ରହିଛି । ଏହି ବିବାଦ କାରଣରୁ ୨୦୧୭ରେ ବଠିଣ୍ଡା ପରିବାର କୋର୍ଟରେ ସେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଏହାର ସମାଧାନ କରିବା ସମୟରେ କୋର୍ଟରେ ମହିଳାଙ୍କ ସ୍ୱାମୀ ନିଜର ଓ ଆବେଦନକାରୀ(ପତ୍ନୀ)ଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ବେଳେ କରିଥିବା ରେକର୍ଡିଂକୁ ପ୍ରମାଣ ଆକାରରେ ଉପସ୍ଥାପନ କରିଥିଲା ।

ତେବେ ଫ୍ୟାମିଲି କୋର୍ଟ ଏହି ରେକର୍ଡିଂକୁ ସ୍ୱୀକାର କରିଥିଲେ ଯାହା ଆଇନ ଅନୁସାରେ ଠିକ୍ ନୁହେଁ । ଏହି ମାମଲାରେ ସ୍ୱାମୀଙ୍କ ତରଫରୁ ଦସ୍ତାବିଜ୍ ଦିଆଯାଇଥିଲା । ଯେଉଁଥିରେ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା ଯେ, ପତ୍ନୀ ତାଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି । ଏଥିସହିତ ରେକର୍ଡି ମଧ୍ୟ ଦେଇଥିଲେ ମହିଳାଙ୍କ ସ୍ୱାମୀ । ତେବେ ଏହିସବୁ ଏଭିଡେନ୍ସ ଆକ୍ଟ ଆଧାରରେ ବୈଧ ଅଟେ ।

ହେଲେ ହାଇକୋର୍ଟ ଏହି ମାମଲାରେ ପ୍ରଶ୍ନ କରିଥିଲେ ଯେ, କିପରି ଜଣେ ଅନ୍ୟ ଜଣଙ୍କର ଗୋପନୀୟତା ଅଧିକାରକୁ ଉଲଙ୍ଘନ କରିପାରିବ । ସେ ଏହାକୁ ଆଶ୍ଚର୍ଯ୍ୟଜନକ ଭାବରେ ଦର୍ଶାଇଥିଲେ । ରେକର୍ଡିଂ କରି ପ୍ରମାଣ ଉପସ୍ଥାପନ କରିବାକୁ ହାଇକୋର୍ଟ ସମ୍ପୂର୍ଣ୍ଣ ବିରୋଧ କରିଛି ।

Get real time updates directly on you device, subscribe now.