fbpx

ସିଡିଏସ୍‌ ବିିପିନ ରାୱତ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବଭାଇ ରାମ, ଉଠାଇଆଣିଲା ପୋଲିସ୍

ଅହମଦାବାଦ: ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇ ଯାଇଛି । ମାତ୍ର ତାଙ୍କ ମୃତ୍ୟୁକୁ ନେଇ ଗୁଜରାଟର ଜଣେ ୪୪ ବର୍ଷୀୟ ବ୍ୟକ୍ତି ଫେସବୁକରେ ଅରୁଚିକର ବୟାନ ଦେଇଛଥିବାରୁ ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୁଜରାଟ ପୁଲିସ୍‌ର ସାଇବର ସେଲ ସଂପୃକ୍ତ ବ୍ୟକ୍ତିକୁ  ଗିରଫ କରିଛି । ଅଭିଯୁକ୍ତ ବ୍ୟକ୍ତି ଜଣକ ପୂର୍ବରୁ ମଧ୍ୟ ଏପରି ବିବାଦୀୟ ବୟାନ ଫେସବୁକରେ ଦେଇଥିଲା । ଏଥର ସିଡିଏସ୍‌ଙ୍କ ମୃତ୍ୟୁ ସମ୍ପର୍କରେ ବିବାଦୀୟ ବୟାନ ଦେବାରୁ ତା’ର ପୂର୍ବ ଇତିହାସ ମଧ୍ୟ ପୁଲିସ୍‌ ଜାଣିବାକୁ ପାଇଛି । ଏହାପରେ ହିଁ ତା’କୁ ଗିରଫ କରାଯାଇଛି ।

ସାଇବଲ ସେଲ୍‌ ରିଲିଜ୍‌ କରିଥିବା ବିବୃତି ଅନୁଯାୟୀ, ଗିରଫ ବ୍ୟକ୍ତି ଜଣକ ହେଲା ଶିବଭାଇ ରାମ । ତାଙ୍କ ଘର ଗୁଜରାଟ ଅମରେଲୀ ଜିଲ୍ଲାରେ ଥିବା ବେହରାଇ ଗାଁରେ । ତେବେ ସେ ବିିନ ରାୱତଙ୍କ ନାଁରେ କେଉଁ ପ୍ରକାରର ବୟାନ ଦେଇଥିଲା, ସେକଥା ବିବୃତିରେ ଉଲ୍ଲେଖ କରାଯାଇନି । ଆସିସଷ୍ଟାଣ୍ଟ କମିଶନର ଅଫ ପୁଲିସ୍‌ ଜିତେନ୍ଦ୍ର ଯାଦବ କହିଛନ୍ତି, ରାମ ପୂର୍ବରୁ ହିନ୍ଦୁ ଦେବାଦେବୀ ଓ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପର୍କରେ ଫେସବୁକରେ ବିବାଦୀୟ ବୟାନ ଦେଇଥିଲା । ଶିବଭାଇ ଅହିର ନାଁରେ ତାଙ୍କର ଗୋଟିଏ ଫେସବୁକ ପେଜ୍‌ ରହିଛି । ତାଙ୍କୁ ସେକସନ ୧୫୩-ଏ ଓ ଆଇପିସିର ୨୯୫-ଏ ଅନୁଯାୟୀ ଗିରଫ କରାଯାଇଛି । ୨୦୧୦ରୁ ୨୦୧୪ ଯାଏ ଶିବଭାଇ ରାମ ତା’ ଗାଁର ସରପଞ୍ଚ ଭାବେ କାମ କରୁଥିଲା

Get real time updates directly on you device, subscribe now.