fbpx

ବିଜ୍ଞାପନର ଲାଗାଇବା ବେଳେ ହୋଡିଂ ବୋର୍ଡରୁ ଖସି ପଡିଲେ ଯୁବକ, ଡାକ୍ତରଖାନା ଯିବା ବାଟରେ ଚାଲିଗଲା ଜୀବନ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ବାରଙ୍ଗ ଆନନ୍ଦ ବଜାର ଗୋଲେଇ ଛକ ନିକଟରେ ଏକ ହୋଡିଂ ଉପରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ବାରଙ୍ଗ ଥାନା ଅନ୍ତର୍ଗତ ଆନନ୍ଦ ବଜାର ନିକଟସ୍ଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏକ ହୋଡିଂ ବୋର୍ଡରେ ଚଢି ବିଜ୍ଞାପନର ବ୍ୟାନର ମାରୁଥିବା ବେଳେ ଅସାବଧାନତା ଯୋଗ ଯୁବକ ଜଣକ ତଳେ ଖସି ଡିଥିଲେ । ସେଠାରେ ସ୍ଥାନୀୟ ଲୋକମାନେ ଆହତ ହୋଇ ପଡିଥିବା ଯୁବକ ଜଣକୁ ଉଦ୍ଧାର କରି ବାରଙ୍ଗ ପୋଲିସକୁ ଖବର କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାସ ଯୋଗେ କଟକ ବଡଡାକ୍ତର ଖାନାକୁ ପଠାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ମୃତ ଯୁବକ ଜଣକ ଅସ୍ତରଙ୍ଗ ଅଞ୍ଚଳର ମଣ୍ଟୁଆ ପଢିହାରୀ ବୋଲି ଜଣାପଡିଛି ।

Get real time updates directly on you device, subscribe now.