fbpx

ରିଜର୍ଭ ବ୍ୟାଙ୍କ୍ ପୁଣି ବଢାଇଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍ ଆଉ EMI

ମୁମ୍ବାଇ(ଓଡ଼ିଶା ଭାସ୍କର): ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧିକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍(RBI) ବୁଧବାର ପୁଣିଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ରେପୋ ରେଟ୍ ୦.୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ଏବେ ୪.୯୦ ପ୍ରତିଶତ ହୋଇଛି। ଗୋଟିଏ ମାସ ପରେ ଲଗାତାର ପୁଣି ଆରବିଆ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ବଢୁଥିବା ମୁଦ୍ରାସ୍ଫୀତିକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କିଛି କଠୋର ନୀତିଗତ ପଦକ୍ଷେପ ନେଇପାରେ ବୋଲି ବିଶ୍ୱାସ କରାଯାଉଥିଲା ଏବଂ ଏହା ଘଟିଛି।

ଦେଶରେ ନିରନ୍ତର ବୃଦ୍ଧି ପାଉଥିବା ଦରଦାମକୁ ନଜରରେ ରଖି ଗତ ମାସରେ ମୁଦ୍ରାସ୍ପିତିକୁ କାବୁ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମନିଟାରୀ ବୈଠକ(ଏମପିସି)ରେ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି କରିଥିଲା। ଏହାପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ ଯେ, ଅସନ୍ତା ଜୁନ୍ ମାସରେ ହେବାକୁ ଥିବା ମନିଟାରୀ ବୈଠକରେ ରେପୋ ରେଟ୍ ବୃଦ୍ଦି ହୋଇପାରେ।

ଏମପିସି ବୈଠକରେ ନିଆଯାଇଥିବା ଫଳାଫଳ ଘୋଷଣା କରି ଦାସ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବିଶ୍ୱରେ ବିଭିନ୍ନ ଘଟଣାକ୍ରମ ହେତୁ ଯୋଗାଣ ଶୃଙ୍ଖଳା ଖରାପ ପ୍ରଭାବିତ ହୋଇଛି। ବଢୁଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇକୁ କଠୋର ପଦକ୍ଷେପ ନେବାକୁ ପଡ଼ିବ। ଉଲ୍ଲେଖନୀୟ ବିଷୟ ହେଉଛି, ଏପ୍ରିଲରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଆଠ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚି ୭.୭୯ ପ୍ରତିଶତ ଥିବାବେଳେ ହୋଲସେଲ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ଅତିକ୍ରମ କରିଛି। ଏହା ସହିତ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ଦେଶରେ ଟମାଟୋ ମୂଲ୍ୟର ଆକାଶଛୁଆଁ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ମୁଦ୍ରାସ୍ଫୀତି ବୃଦ୍ଧିରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଦେଶର ଅର୍ଥନୀତି ପୁନରୁଦ୍ଧାର ପଥରେ ଅଛି। ରେପୋ ହାରରେ ବୃଦ୍ଧି ସହିତ ଆରବିଆଇ MSF କୁ ୫୦ ବେସିସି ପଏଣ୍ଟ ବୃଦ୍ଧି କରି ୫.୧୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି ଏବଂ ଜମା ସୁବିଧା (SDF) କୁ ୪.୬୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି।

Get real time updates directly on you device, subscribe now.