fbpx
BJD SKY
BJD SKY

୧,୨,୫,୧୦ ନୁହେଁ ବରଂ ୭୫,୧୫୦,୨୫୦ ଟଙ୍କିଆ ମୁଦ୍ରା ମଧ୍ୟ ତିଆରି କରେ ଆରବିଆଇ! ଏପରି କିଣନ୍ତୁ

BJD

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନେକ ବିଶେଷ ଅବସରରେ ସ୍ମାରକ ମୁଦ୍ରା ଜାରି କରିଥାଏ। ଏହି ମୁଦ୍ରାଗୁଡ଼ିକ ସାଧାରଣ ମୁଦ୍ରା ଚଳନରେ ଆସେ ନାହିଁ । ଏହାକୁ କେବଳ ସ୍ମୃତି ଭାବରେ ରଖାଯାଏ । ଏହିପରି ମୁଦ୍ରା ମହାପରୁଷ ମାନଙ୍କ ବାର୍ଷିକୀରେ କିମ୍ବା କୌଣସି ବିଶେଷ ଦିନରେ ପ୍ରଦାନ କରାଯାଇଥାଏ । ଏହି ମୁଦ୍ରାଗୁଡ଼ିକ ବିଭିନ୍ନ ମୂଲ୍ୟର, ହୋଇଥାଏ । ଯାହା ବଜାରରେ ଚଳିନଥାଏ । ତେବେ ଏହି ବିଶେଷ ମୁଦ୍ରା ମଧ୍ୟରେ ରହିଛି ୭୫, ୧୦୦, ୧୫୦, ୧୫୦, ୨୫୦ ଟଙ୍କା । ଏଗୁଡ଼ିକ ବ୍ୟତୀତ ମଧ୍ୟ ଅନେକ ମୂଲ୍ୟର ମୁଦ୍ରା ରହିଛି ।

ସାଧାରଣତଃ ଏହିଭଳି ଅଦ୍ୱିତୀୟ ମୂଦ୍ରାକୁ ପାଖରେ ରଖିବା ପାଇଁ ଲୋକଙ୍କ ମନ ହୋଇଥାଏ । କିନ୍ତୁ ଏହା ସମସ୍ତଙ୍କ ପାଖରେ ନଥାଏ । ଯେଉଁ ମାନେ ଏହାର କଲେକ୍ସନ୍ ରଖିଥାନ୍ତି ସେମାନଙ୍କ ପାଖରେ ହିଁ ଏହା ରହିଥାଏ । ତେବେ ଯଦି ଆପଣ ମାନେ ମଧ୍ୟ ଏହିଭଳି ୟୁନିକ୍ ମୁଦ୍ରା ଚାହୁଁଛନ୍ତି ତେବେ ଖୁବ୍ ସହଜରେ ପାଇପାରିବେ । ତାହେଲେ ଚାଲନ୍ତୁ ଜାଣିବା ଏହିଭଳି ମୁଦ୍ରାକୁ ନେବା ପାଇଁ କଣ ରହିଛି ପ୍ରକ୍ରିୟା ।

ଏହିଭଳି ମୁଦ୍ରା ପ୍ରାୟତଃ ଚାନ୍ଦିରେ ତିଆରି କରାଯାଇଥାଏ । ଆଉ ଏହାକୁ ଖାସ୍ ଅବସରରେ ଜାରି କରାଯାଏ । ଯେପରିକି ମଦର ଟେରେସାଙ୍କ ଜନ୍ମଦିନ ଅବସରରେ ୧୦୦ ଟଙ୍କାର ମୁଦ୍ରା ଜାରି କରାଯାଇଥିଲା । ରବୀନ୍ଦ୍ରନାଥ ଟାଗୋରଙ୍କ ୧୫୦ ତମ ବାର୍ଷିକୀରେ ୧୫୦ ଟଙ୍କା ମୁଦ୍ରା ଜାରି କରାଯାଇଥିଲା। ଶ୍ୟାମାଚରନ୍ ଲାହିଡିଙ୍କ ପାଇଁ ୧୨୫ ଟଙ୍କା ମୁଦ୍ରା ଦିଆଯାଇଥିଲା। ରାଜ୍ୟସଭାର ୨୫୦ ତମ ଅଧିବେଶନରେ ୨୫୦ ଟଙ୍କା ମୁଦ୍ରା ଜାରି କରାଯାଇଥିଲା। ଏହା ବ୍ୟତୀତ ଅନେକ ଥର ମୁଦ୍ରା ଜାରି କରାଯାଇଛି।

ଯଦି କେହି ମୁଦ୍ରା ନେବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଅନଲାଇନ୍ ମାଧ୍ୟମରେ ନେଇପାରିବେ । ଆପଣ ଏହାକୁ ସିକ୍ୟୁରିଟି ପ୍ରିଣ୍ଟିଂ ଏବଂ ମୁଦ୍ରା ଉତ୍ପାଦନ ନିଗମ ଅଫ୍ ଇଣ୍ଡିଆ ଲିମିଟେଡ୍ ୱେବସାଇଟ୍ ମାଧ୍ୟମରେ କିଣି ପାରିବେ । ଏଥିପାଇଁ ଆପଣଙ୍କୁ ୱେବସାଇଟ୍ କୁ ଯିବାକୁ ପଡିବ, ଯେଉଁଠାରେ ଆପଣ ମୁଦ୍ରାର ଲିଙ୍କ୍ ଦେଖିବେ ଏବଂ ସେଠାରେ ଆପଣ ସାଧାରଣ ଅନଲାଇନ୍ ସପିଂ ପରି କିଣି ପାରିବେ । ଏହି ମୁଦ୍ରାଗୁଡ଼ିକ ରୂପାରେ ମଧ୍ୟ ତିଆରି ହୋଇଥାଏ ।

Get real time updates directly on you device, subscribe now.