fbpx

ମମିତାଙ୍କ ବାପା କଲେ ଚାଞ୍ଚଲ୍ୟକର ଖୁଲାସା, ସେକ୍ସ ସ୍କାଣ୍ଡାଲକୁ ନେଇ ଗୋଟିଏ ପରେ ଗୋଟିଏ…

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ । କିନ୍ତୁ ଏବେ ବି ଘଟଣାରେ ଅନେକ ଗୁମର ଲୁଚି ରହିଛି । ଏହାରି ମଧ୍ୟରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଗଣମାଧ୍ୟମ ସାମ୍ନାରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ମମିତା ହତ୍ୟା ମାମଲାରେ ସେ ଗୋବିନ୍ଦ ସାହୁ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସିଧାସଳଖକୁ ଟାର୍ଗେଟ କରିଛନ୍ତି ଓ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ନେଇ ଖୁଲମଖୁଲା କହିଛନ୍ତି ।

ମମିତାଙ୍କ ପିତା କହିଛନ୍ତି ଯେ, ‘ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅନେକ ଥର କଲେଜରେ ଆସି ରହୁଥିଲେ । ଗୋବିନ୍ଦ ସାହୁ ମିଶି ସେ ନିଜେ ସ୍କୁଲକୁ ଆସି ରହିବା ସହ ଭଲ ଭଲ ଝିଅଙ୍କୁ ନିଜର ଶିକାର କରୁଥିଲେ । ମାର୍କ ବଢ଼ାଇବା ଆଳରେ ବା ଫାଷ୍ଟ କ୍ଲାସ ଆଉ ବେଷ୍ଟଟେନ କରାଇଦେବା ନାଁରେ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ସ୍କୁଲକୁ ଆସୁଥିଲେ । ମନ୍ତ୍ରୀ ଯାହାକୁ ଇଶାରା କରୁଥିଲେ, ଗୋବିନ୍ଦ ତାକୁ ଇଶାରା କରୁଥିଲା । ଗୋବିନ୍ଦ ସାହୁ ଥିଲା ମନ୍ତ୍ରୀଙ୍କ ଡାହାଣ ହାତ । ସ୍କୁଲରେ ବହୁ ଆଗରୁ ଦେହ ବ୍ୟବସାୟ ଚାଲିଆସିଥିଲା ।’

ଆଗରୁ ବି ଅନେକ ଘଟଣା ଏପରି ଘଟିଛି । ମମିତାଙ୍କ ମୃତ୍ୟୁ ପରେ ସବୁ ଘଟଣା ସାମ୍ନାକୁ ଆସିଛି । ମମିତା ଏହି ସବୁ ଜାଣିବା ପରେ ବିରୋଧ କରିଥିଲେ । ଫଳରେ ମମିତାଙ୍କୁ ରାସ୍ତାରୁ ହଟାଇଦେବାକୁ ମନ୍ତ୍ରୀ ଗୋବିନ୍ଦ ସାହୁ ପ୍ଲାନ କରି ହତ୍ୟା କରିଛନ୍ତି ବୋଲି ବାପା ସୁଚନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.