fbpx

ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଭଲ ଖବର ! ଇଣ୍ଟରନେଟ୍ ବ୍ୟାଙ୍କିଂ ନିୟମରେ କୋହଳ କରିବାକୁ ପ୍ରସ୍ତାବ

ନୂଆଦିଲ୍ଳୀ: ଯଦି ଆପଣଙ୍କ ଆକାଉଣ୍ଟ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ୍ (RRB) ରେ ରହିଛି ତେବେ ଆପଣଙ୍କ ପାଇଁ ଖୁସିଖବର । ପ୍ରକୃତରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଡେଭଲପମେଣ୍ଟ ଏବଂ ରେଗୁଲେଟରୀ ପଲିସି ଉପରେ ଏକ ବୟାନରେ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ୍ ଆରଆରବି ଗ୍ରାହକଙ୍କ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ ନିୟମକୁ କୋହଳ କରିବା ପାଇଁ ପ୍ରସ୍ତାବ ଦେଇଛି ।

RBI ଏକ ବୟାନରେ କହିଛି ଯେ ଆରଆରବି କୁ ବର୍ତ୍ତମାନ କିଛି ଆର୍ଥିକ ଏବଂ ଅଣ-ଆର୍ଥିକ ନିୟମକୁ ପୂରା କରିବା ପରେ, ରିଜର୍ଭ ବ୍ୟାଙ୍କର ପୂର୍ବ ସ୍ୱୀକୃତି ସହ ଏହାର ଗ୍ରାହକଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବା ପାଇଁ ଅନୁମତି ରହିଛି । ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ବ୍ୟାଙ୍କିଂର ପ୍ରସାରକୁ ଉତ୍ସାହିତ କରିବାକୁ ଧ୍ୟାନରେ ରଖି ଆରଆରବି ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ ପ୍ରଦାନ କରିବା ପାଇଁ ଯୋଗ୍ୟ ନିୟମକୁ ଯୁକ୍ତିସଙ୍ଗତ କରାଯାଉଛି ।

ଗ୍ରାମୀଣ ଭାରତକୁ ମୌଳିକ ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ତିଆରି କରାଯାଇଥିଲା । ଫଳରେ ଏହି ବ୍ୟାଙ୍କ୍ ର ସେବା ପରିସର ସୀମିତ ଥିଲା ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ଭଳି ସୁବିଧା ପର୍ଯ୍ୟାପ୍ତ ଭାବରେ ବିକଶିତ ହୋଇନଥିଲା । ଆରଆରବି ଗ୍ରାହକଙ୍କୁ ନନ୍-ଟ୍ରାଞ୍ଜାକ୍ସନାଲ ସର୍ଭିସ୍ ଯେମିତିକି ବାଲାନ୍ସ ଜାଣିବା, ଆକାଉଣ୍ଟ ଷ୍ଟେଟମେଣ୍ଟ ଡାଉନଲୋଡ କିମ୍ବା ଚେକବୁକ୍  ପାଇଁ ଅନୁରୋଧ ଏବଂ ସୀମିତ ଟ୍ରାଞ୍ଜାକ୍ସନ ସୁବିଧା ମିଳିଥାଏ । ଅବଶ୍ୟ ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଏବଂ ନିୟମକୁ କୋହଳ କରିବା ଦ୍ୱାରା ଇଣ୍ଟରନେଟ୍ ବ୍ୟାଙ୍କିଂକୁ ଯୁକ୍ତିସଙ୍ଗତ କରାଯାଇପାରିବ ।

Get real time updates directly on you device, subscribe now.