fbpx

ବାଙ୍ଗାଲୋରରେ ସାମିଲ ହେଲେ ଦୁଇ ଷ୍ଟାର ଖେଳାଳି: ରିସି ଟୋପଲି-ରଜତ ପଟୀଦାରଙ୍କୁ କରିବେ ରିପ୍ଲେସ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଖେଳାଳିଙ୍କ ଆହତ ସମସ୍ୟା ଅନେକ ଦଳ ପାଇଁ ଚିନ୍ତା ବଢାଇ ଦେଇଛି । ତେବେ ଏଥି ମଧ୍ୟରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମଧ୍ୟ ଦୁଇଟି ଝଟକା ଲାଗିଛି । ଦଳର ଷ୍ଟାର ଖେଳାଳି ରିସି ଟୋପଲି ଏବଂ ରଜତ ପଟୀଦାର ଆହତ ହୋଇ ଦଳରୁ ବାଦ୍ ପଡିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ ଦୁଇ ଜଣଙ୍କୁ ଦଳରେ ସାମିଲ କରିଛି ଆରସିବି । ଏ ନେଇ ଆରସିବି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

IPL 2023: RCB name Wayne Parnell, Vyshak Vijay Kumar as replacements for  Reece Topley, Rajat Patidar

ଦକ୍ଷିଣ ଆଫ୍ରିକାର ବାମହାତୀ ବୋଲର ୱେନ ପାର୍ଣ୍ଣେଲଙ୍କୁ ରିସି ଟୋପଲିଙ୍କ ସ୍ଥାନରେ ଆରସିବି ସାମିଲ କରିଥିବା ବେଳେ ରଜତ ପଟୀଦାରଙ୍କ ସ୍ଥାନରେ ବୈଶାକ ବିଜୟ କୁମାର ସ୍ଥାନ ପାଇଛନ୍ତି । ଆଇପିଏଲରେ ୨୬ଟି ମ୍ୟାଚ ଖେଳି ୨୬ଟି ୱିକେଟ ଅକ୍ତିଆର କରିଥିବା ବୋଲର ୱେନ ପାର୍ଣ୍ଣେଲଙ୍କୁ ୭୫ ଲକ୍ଷ ଟଙ୍କାରେ ଆରସିବି ନିଜ ଦଳରେ ସାମିଲ କରିଛି । ପୂର୍ବରୁ ସେ ଡେକାନ୍ ଚାର୍ଜର୍ସ, ପୁଣେ ୱାରିୟର୍ସ ଇଣ୍ଡିଆ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ତତ୍କାଳୀନ ଦିଲ୍ଲୀ ଡେୟାରଡେଭିଲ୍ସ) ପକ୍ଷରୁ ଖେଳିସାରିଛନ୍ତି । ତାଙ୍କ ନିକଟରେ ଟି-୨୦ ଖେଳିବାର ଯଥେଷ୍ଟ ଅନୁଭବ ରହିଛି ।

ସେହିପରି ରଜତ ପଟୀଦାରଙ୍କ ସ୍ଥାନରେ ଆରସିବିରେ ସାମିଲ ହୋଇଛନ୍ତି ବୈଶାକ ବିଜୟ କୁମାର । କର୍ଣ୍ଣାଟକ ତରଫରୁ ଘରୋଇ କ୍ରିକେଟ ଖେଳୁଥିବା ବିଜୟ ଆଜି ପର୍ଯ୍ୟନ୍ତ ୧୪ଟି ମ୍ୟାଚରୁ ୨୨ଟି ୱିକେଟ ହାସଲ କରିଥିବା ବେଳେ ପ୍ରଥମ ଥର ସେ ଆଇପିଏଲରେ ଏଣ୍ଟ୍ରି କରିଛନ୍ତି । ତେବେ ବିଜୟଙ୍କ ବେସ ପ୍ରାଇସ ୨୦ ଲକ୍ଷ ଟଙ୍କାରେ ବାଙ୍ଗାଲୋର ତାଙ୍କୁ ଦଳ ସହିତ ଯୋଡିଛି ।

Get real time updates directly on you device, subscribe now.