fbpx
BJD SKY
BJD SKY

ଆଜି ହେଉଛି ଗୁଡ୍ ଫ୍ରାଇଡେ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ

BJD

ନୂଆଦିଲ୍ଲୀ: ୭ ଏପ୍ରିଲକୁ ଗୁଡ ଫ୍ରାଇଡେ ଭାବେ ପାଳନ କରାଯାଇଥାଏ । ଏହି ଦିନ ପୁଣ୍ୟ ଶୁକ୍ରବାର ନାମରେ ମଧ୍ୟ ପାଳନ ହୋଇଥାଏ । ଏହା ଖ୍ରୀଷ୍ଟୀଆନଙ୍କ ପାଇଁ ଖାସ ଦିନ ଅଟେ । ଗୁଡ୍ ଫାଇଡେ ଦିନ ଏହି ଧର୍ମର ଲୋକେ ଚର୍ଚ୍ଚ ଯାଇ ଈଶ୍ୱର ଯୀଶୁଙ୍କୁ ମନେ ପକାଇଥାନ୍ତି । କେତେକ ଲୋକେ ଅନ୍ୟ ମାନଙ୍କୁ ଗୁଡ୍ ଫ୍ରାଇଡେ କହି ଓ୍ବିସ୍ କରିଥାନ୍ତି । ହେଲେ ଆପଣ ଏପରି ଭୁଲ ଆଦୌ କରନ୍ତୁ ନାହିଁ । ଗୁଡ୍ ଫାଇଡେକୁ ଶୋକ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ଈଶ୍ୱର ଯିଶୁଙ୍କୁ ହତ୍ୟା କରି ଖୁଣ୍ଟିରେ ଝୁଲା ଯାଇଥିଲା । ସେ ଲୋକମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ତ୍ୟାଗ କରିଦେଇଥିଲେ । ସେଥିପାଇଁ ଖ୍ରୀଷ୍ଟ ଧର୍ମର ଲୋକେ ଏହି ଦିନକୁ ଗୁଡ୍ ଫ୍ରାଇଡେ ରୂପରେ ପାଳନ କରିଥାନ୍ତି ।

କୁହାଯାଉଛି ଯେ, ୨୦୦୦ ବର୍ଷ ପୂର୍ବେ ୟରୂଶଲମର ଗେଲିଲୀ ପ୍ରାନ୍ତରେ ଯୀଶୁ ଖ୍ରୀଷ୍ଟ ଧର୍ମର ଲୋକମାନଙ୍କୁ ମାନବତା, ଏକତା ଏବଂ ଅହିଂସାର ଉପଦେଶ ଦେଉଥିଲେ । ତାଙ୍କର ଏହି ଉପଦେଶରେ ସ୍ଥାନୀୟ ଲୋକେ ତାଙ୍କୁ ଭଗବାନ ବୋଲି ମାନିବା ଆରମ୍ଭ କରିଦେଇଥିଲେ । ଏହି କଥାକୁ ନେଇ ସେଠାକାର ଧର୍ମ ନାମରେ ଅନ୍ଧବିଶ୍ୱାସ ପ୍ରସାର କରୁଥିବା ଧର୍ମଗୁରୁ ତାଙ୍କୁ ଖୁଣ୍ଟରେ ଚଢାଇ ଦେଇଥିଲେ ।

ଏପରି ହିଂସା ପାଇଁ ସେହି ଧର୍ମଗୁରୁ ଯୀଶୁଙ୍କ ନାମରେ ରୋମ ଶାସକଙ୍କ ପାଖରେ ଅଭିଯୋଗ କରିଥିଲେ । ସେ ପିଲାତୁସଙ୍କୁ କହିଛନ୍ତି ଯେ, ସେ ନିଜକୁ ଈଶ୍ୱର ପୁତ୍ର କହି ପାପୀ ହେବା ସହ ଈଶ୍ୱର ରାଜର କଥା ମଧ୍ୟ କହୁଛନ୍ତି । ଅଭିଯୋଗ ପରେ ଯୀଶୁଖ୍ରୀଷ୍ଟଙ୍କ ଉପରେ ଧର୍ମ ଅବମାନନା ଲଗାଇବା ସହ ରାଜଦ୍ରୋହୀର ଅଭିଯୋଗ ଲଗାଯାଇଥିଲା । ଏହାପରେ ଯୀଶୁଙ୍କୁ କ୍ରୁଜ୍ ର ମୃତ୍ୟୁ ଦଣ୍ଡ ଦେବା ପାଇଁ ଆଦେଶ ହୋଇଥିଲା । ଏହାପରେ ତାଙ୍କୁ ଲୁହାରେ ପ୍ରହାର ଏବଂ ନିର୍ଯାତନା ଦେଇ ହତ୍ୟା କରି ଖୁଣ୍ଟିରେ ଝୁଲାଇ ଦିଆଯାଇଥିଲା ।

Get real time updates directly on you device, subscribe now.