fbpx

ଆଗାମୀ ଆଇପିଏଲରେ ବ୍ଲୁ ଜର୍ସିରେ ମ୍ୟାଚ ଖେଳିବ ଆରସିବି: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ପ୍ରୟାସ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୧ର ଆଗାମୀ ଏକ ମ୍ୟାଚରେ ଏକ ସ୍ୱତନ୍ତ୍ର ନୀଳ ଜର୍ସି ପିନ୍ଧି ଖେଳିବାକୁ ଯାଉଛି । ଭାରତରେ କୋଭିଡ-୧୯ ବିରୁଦ୍ଧରେ ଦିନରାତି ଲଢୁଥିବା ସମ୍ମୁଖ ଯୋଦ୍ଧାଙ୍କ ସମ୍ମାନରେ ଦେବାକୁ ଯାଇ ଦଳ ଏହି ନୂଆ ପୋଷାକ ପିନ୍ଧି ଖେଳିବାକୁ ଯାଉଛି ।
ଆରସିବି କ୍ୟାପ୍ଟେନ ବିରାଟ କୋହଲି ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ ଘୋଷଣା କରିବା ସହ ଆରସିବି ଅଧିନାୟକ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଏହି ଜର୍ସିକୁ ନିଲାମ କାରାଯିବ ଏବଂ ଏଥିରୁ ମିଳିବା ଟଙ୍କାରେ ଭାରତରେ କରୋନାର ଦ୍ୱିତୀୟ ସଂକ୍ରମଣରେ ଉପୁଜିଥିବା ସାଂଘାତିକ ସ୍ଥିତିରେ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଏହି ଟଙ୍କାକୁ ଖର୍ଚ୍ଚ କରାଯିବ ।
ସେ କହିଛନ୍ତି “କୋଭିଡ ଭାଇରସର ବିସ୍ତାର ଫଳରେ ଆମ ଦେଶରେ ଯାହା ଘଟୁଛି ତାହା ଚିନ୍ତାଜନକ । ଗତ ଏକ ସପ୍ତାହ ମଧ୍ୟରେ ଆମେ ଗ୍ରାଉଣ୍ଡ ସ୍ତରରେ କିପରି ଲୋକଙ୍କୁ ସାହାଯ୍ୟ କରିପାରିବା ଏବଂ ଏହି ଭୟଙ୍କର ସମୟରେ ସମ୍ମୁଖ ଯୋଦ୍ଧାଙ୍କୁ ସାହାଯ୍ୟ କରିପାରିବା ସେ ବିଷୟରେ ଆଲୋଚନା କରିଛୁ।”
କୋହଲି ଭିଡିଓରେ କହିଛନ୍ତି ଯେ, “ଆରସିବି ପ୍ରମୁଖ କ୍ଷେତ୍ର ଚିହ୍ନଟ କରିଛି ଯେଉଁଠାରେ ଅମ୍ଳଜାନ ସହାୟତା ସହ ଜଡିତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ତୁରନ୍ତ ସହାୟତା ଆବଶ୍ୟକ ଏବଂ ଏହି ଦିଗରେ ଆର୍ଥିକ ଅବଦାନ ରହିବ ।”
ନୀଳ ଜର୍ସିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବାର୍ତ୍ତା ରହିବ । ଆସନ୍ତା ୩ ରେ ଆରସିବି ସେମାନଙ୍କର ପରବର୍ତ୍ତୀ ଆଇପିଏଲ୍ ୨୦୨୧ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବାକୁ ଯାଉଛି ।
“ଆରସିବି ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ସହରଭଳି ପ୍ରମୁଖ କ୍ଷେତ୍ରଗୁଡିକୁ ଚିହ୍ନଟ କରିଛି ଯେଉଁଠାରେ ଅମ୍ଳଜାନ ସହାୟତା ସହ ଜଡିତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ତୁରନ୍ତ ସହାୟତା ଆବଶ୍ୟକ ଏବଂ ‘ଗିଭ ଇଣ୍ଡିଆ’ ମାଧ୍ୟମରେ ଏହା ଆର୍ଥିକ ସହାୟତା କରିବ ।”
“ଆରସିବି ଏହାର ଆଗାମୀ ଏକ ମ୍ୟାଚରେ ଏକ ସତନ୍ତ୍ର ବ୍ଲୁ ଜର୍ସି ପିନ୍ଧି ଖେଳିବାକୁ ଯାଉଛି, ଏହର ଗତ ବର୍ଷର ଅଧିକାଂଶ ସମୟ ପିପିଏ ପିନ୍ଧି ଅତିବାହିତ କରିଥିବା ସମସ୍ତ ସମ୍ମୁଖ ଯୋଦ୍ଦା ହିରୋମାନଙ୍କୁ ସମ୍ମାନ ଦେବା ଉଦେ୍ଧଶ୍ୟରେ କାଯାଉଛି ।” ଆରସିବି ଏକ ବିବୃତ୍ତିରେ କହିଛି ଯେ “ଏହି ଖେଳରୁ ସମସ୍ତ ଦସ୍ତଖତ ହୋଇଥିବା ଖେଳାଳି ଜର୍ସି ନିଲାମ କରିବ ଏବଂ ସଂଗ୍ରହ ଟଙ୍କା ଅମ୍ଳଜାନ ସହାୟତା ସହ ଜଡିତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ବ୍ୟବହାର କରାଯିବ” ।
ରବିବାର ଦିନ ଭାରତରେ ଗୋଟିଏ ଦିନରେ ଏହାର ସର୍ବାଧିକ ରେକର୍ଡ ସଂଖ୍ୟକ ୩,୬୮୯ କୋଭିଡ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୯୨,୪୮୮ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ଦେଶରେ ଦୈନିକ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଏହା ସହ ଭାରତରେ କୋଭିଡ ମାମଲା ୧,୯୫,୫୭,୪୫୭ କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.