fbpx

କରୋନା ଯୁଦ୍ଧରେ ସେନାପତି ସାଜିଲେ ଡାକ୍ତର, ସମ୍ପର୍କ ବଦଳରେ କର୍ତ୍ତବ୍ୟକୁ ଦେଲେ ଗୁରୁତ୍ୱ

ବାପାଙ୍କ ମୃତ୍ୟୁ ରେ ମୁଖାଗ୍ନି ଦେଇପାରିଲେ ନାହିଁ

Advertisement

ମାଲକାନଗିରି ୪/୧୦(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନା ମହାମାରି ର ଆତଙ୍କ ଦେଖା ଦେଇଥିବା ବେଳେ କରୋନାର ପ୍ରକୃତ ଯୋଦ୍ଧା ଜଣେ ଡାକ୍ତର ବାପ ପୁଅର ସଂପର୍କ ଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି ନିଜର କର୍ତବ୍ୟକୁ । ନିଜ ଦାଇତ୍ୱ ଓ କର୍ତବ୍ୟରେ ବ୍ୟସ୍ତରହି ନିଜ ବାପାଙ୍କ ଦେହାନ୍ତ ହେବାପରେ ତାଙ୍କ ଶେଷଦର୍ଶନ ଓ ମୁଖାଗ୍ନି ଦେବାପାଇଁ ନିଜ ଘରକୁ ଯାଇ ନପାରି କରୋନ ଯୋଦ୍ଧାରେ ନୋପତି ଦାଇତ୍ୱ ତୁଲାଇଛନ୍ତି । ଏମିତି ଏକ ଦାଇତ୍ୱସଂପନ ଡକ୍ତରଙ୍କୁ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ହସପିଟାଲରେ । ଜିଲ୍ଲା ହସପିଟାଲରେ ଏଡିଏମଓ ଡାକ୍ତର ଶଶିଭୁଷଣ ମହାପାତ୍ର, ସେ ବର୍ତମାନ କୋଭିଡ-୧୯ କରୋନା ସେଲ ର ନୋଡାଲ ଅଫିସର, ଏଡିଏମଓ ପରିବାରର କଲ୍ୟାଣ, ରୋଗନିୟନ୍ତ୍ରଣ ଓ ଟିବି ବିଭାଗ ଚାରୋଟି ଗୁରୁତ୍ୱ ପୂର୍ଣ୍ଣ ଦାଇତ୍ୱରେ ରହିଛନ୍ତି । ତାଙ୍କର ନିଜ ଘର କଟକ ଜିଲ୍ଲା ଚଣ୍ଡିଖୋଲ ରତ୍ନଗିରି ଗାଁରେ, ତାଙ୍କର ବୃଦ୍ଧ ପିତା ଦୁର୍ଯ୍ୟେଧନ ଙ୍କର ଗତକାଲି ସଂନ୍ଧ୍ୟାରେ ଗାଁରେ ଦେହାନ୍ତ ହୋଇଗଲା, ତାଙ୍କ ନିକଟକୁୁ ଘରୁ ଫୋନ ଆସିଥିଲା ଗାଁକୁୁ ଯିବାପାଇଁ , ଡା ଶ୍ରୀ ମହାପାତ୍ର ଘରର ବଡ଼ପୁଅ ହୋଇଥିବାରୁ ପରମ୍ଫରା ଅନୁସାରେ ସେ ବାପାଙ୍କର ମୁଖାଗ୍ନି ଦେବାକଥା, ମାଲକାନଗିରି ଜିଲ୍ଲା ହସପିଟାଲରେ ଅଳ୍ପ ଡାକ୍ତର ଥିବା ସହିତ ସେ ଚାରୋଟି ଗୁରୁତ୍ୱ ପୂର୍ଣ୍ଣ ଦାଇତ୍ୱରେ ଥିବାରୁ ଭୟାବହ କରୋନା ପରିସ୍ଥିତିରେ ହସପିଟାଲ ଛାଡ଼ି ନିଜ ଘରକୁ ଯିବା ସମ୍ଭବପର ହୋଇନଥିଲା । , ଦୀର୍ଘ ୭୦୦କିଲୋମିଟର ଦୂରରେ ରହୁଥିବାରୁ ସଙ୍ଗେ ସଙ୍ଗେ ସେ ଗାଁରେ ପହଞ୍ଚିବା ସମ୍ଭବପର ହୋଇନଥିଲା । ତେଣୁ ସେ ତାଙ୍କର ସାନଭାଇଙ୍କୁ ଫୋନ ଯୋଗେ ବାପାଙ୍କ ଶବସଂସ୍କାର କରିଦେବା ପାଇଁ ବୁଝାଇକହିଥିଲେ । ନିଜର ଜନ୍ମକଲା ବାପାଙ୍କ ଦେହାନ୍ତରେ ଶେଷଦର୍ଶନ କିମ୍ବା ମୁଖାଗ୍ନି ଦେଇପାରିନଥିବାରୁ ଶ୍ରୀ ମହାପାତ୍ର ବହୁତ ଦୁଃଖିତ ଥିଲେ ମଧ୍ୟ ନିଜ କୋହ ଓ ଦୁଃଖକୁ ମନଭିତରେ ଚାପିରଖି ନିଜ କର୍ତବ୍ୟ କରିଚାଲିଛନ୍ତି । ବାପାଙ୍କୁ ମୁଖାଗ୍ନି ଦେଇ ପାରିନଥିଲେ ମଧ୍ୟ ସେ ଦଶାହକାର୍ଯ୍ୟରେ ଯୋଗଦେବେ ବୋଲି ମନସ୍ଥକରିଛନ୍ତି । ନିଜକର୍ତବ୍ୟ ନିକଟରେ ସଂପର୍କକୁ ବୋଳି ପକାଇ କରୋନା ପାଇଁ ଲଢ଼ୁଥିବା ପ୍ରକୃତ ଯୋଦ୍ଧା ଡାକ୍ତର ଶ୍ରୀ ମହାପାତ୍ର ଙ୍କ ଏହି ସେବାମନବୃତି ପାଇଁ ଜିଲ୍ଲାପ୍ରଶାସନ ଓ ସମଗ୍ର ଜିଲ୍ଲାବାସୀ ପ୍ରଶଂସା କରିବା ସହ ସାଧୂବାଦ ଜଣାଇଛନ୍ତି ।

Get real time updates directly on you device, subscribe now.