fbpx
BSKY SKY
BSKY SKY

ସ୍କୁଲ ଫି କମ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

BSKY

ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେଣୁ କରୋନା ପାଇଁ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ସେ ଘରୋଇ ସ୍କୁଲକୁ ଫି କମ୍ କରିବାକୁ କିମ୍ବା ଘୁଞ୍ଚାଇବାକୁ ଅପିଲ କରିଛନ୍ତି । ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଫି କମ୍ କିମ୍ବା ଘୁଞ୍ଚାଇବାକୁ ଅପିଲ କରିଛନ୍ତି । ଏଭଳି ପରିସ୍ଥିତିରେ ସହାନୁଭୂତି ଦେଖାଇବାକୁ ଅନୁରୋଧ କରିଛନ୍ତି । ଯାହାଫଳରେ ଆର୍ଥିକ କ୍ଷତି ସହୁଥିବା ଅଭିଭାବକଙ୍କୁ ସହାୟକ ହେବ ବୋଲି ନୀବନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.