fbpx

ଗର୍ଭବତୀ ମହିଳାଙ୍କ ମୁଣ୍ଡ କାଟି ଦେଲେ ମା’ ଓ ନାବାଳକ ଭାଇ: ମହାରାଷ୍ଟ୍ରରେ ରିଅଲ୍ ଲାଇଫ Sairat କାଣ୍ଡ

Advertisement

ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଯାଇଛି ସାଇରାଟ କାଣ୍ଡ । ଅନର କିଲିଂ ଉପରେ ଆଧାରିତ ସାଇରାଟ ଫିଲ୍ମର କାହାଣୀ ପରି ଘଟି ଯାଇଛି ଏକ ହତ୍ୟାକାଣ୍ଡ । ବିଂଶ ଶତାବ୍ଦୀରେ ବି ପରିବାରର ସମ୍ମାନ ପାଇଁ ଘରର ଝିଅଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି ଏହି କ୍ରୁର ଦାନବ । ପରିବାରର ଇଚ୍ଛା ବିରୋଧରେ ପ୍ରେମିକ ସହ ପଳେଇବା କାରଣରୁ ଗର୍ଭବତୀ ମହିଳାଙ୍କ ବେକ କାଟି ହତ୍ୟା କରିଛନ୍ତି ପରିବାର ଲୋକ । ରବିବାର ମହାରାଷ୍ଟ୍ରର ଔରଙ୍ଗାବାଦରେ ଏଭଳି ବୀଭତ୍ସ ଘଟଣା ଘଟିଯାଇଛି । ଘରଛାଡି ପଳେଇଥିବା କାରଣରୁ ୧୯ ବର୍ଷର ଗର୍ଭବତୀ ମହିଳାଙ୍କ ବେକ କାଟି ଦେଇଥିଲେ ମା ଓ ନାବାଳକ ଭାଇ । ଏପରିକି ହତ୍ୟା ପରେ କଟାମୁଣ୍ଡ ଧରି ନିଜର ପଡୋଶୀ ମାନଙ୍କୁ ଦେଖାଇଥିଲେ ମା’ ପୁଅ ।

ଜୁନ୍ ୨୦୨୧ରେ ମହିଳା ଜଣଙ୍କ ଘର ଛାଡି ଫେରାର ହୋଇ ଯାଇଥିଲେ । ଏହାପରେ ମହିଳା ଜଣଙ୍କ ନିଜ ସ୍ୱାମୀ ସହିତ ଜୀବନ ଯାପନ କରୁଥିଲେ । ତେବେ ଗତ ସପ୍ତାହରେ ମା’ଙ୍କ ପକ୍ଷରୁ ଫୋନ ଆସିଥିଲା । ଗର୍ଭବତୀ ଥିବାରୁ ମା’ଙ୍କ ଆସିବାକୁ ନେଇ ଖୁସି ମଧ୍ୟ ହୋଇଯାଇଥିଲା । ତେବେ ରବିବାର ଦ୍ୱିତୀୟ ଥର ଆସିବା ବେଳକୁ ସାଙ୍ଗରେ ମୃତ୍ୟୁ ଧରି ଆସିଥିଲେ ମା’ । ମହିଳା ଜଣଙ୍କ ମା’ ଓ ଭାଇ ପାଇଁ ଚା ବନାଉଥିବା ସମୟରେ ସାନଭାଇ ଦାଆ ଧରି ଆକ୍ରମଢ଼ଣ କରିଥିଲା । ମା’ ଗୋଡକୁ ଧରିଥିବା ବେଳେ ଦାଆରେ ବେକ କାଟି ଦେଇଥିଲା ସାନଭାଇ । ମହିଳାଙ୍କ ଅସୁସ୍ଥ ସ୍ୱାମୀ ପାଖ ଘରେ ଶୋଇଥିବା ବେଳେ ତାଙ୍କୁ ମଧ୍ୟ ହତ୍ୟା କରିବାକୁ ପ୍ରୟାସ କରିଥିଲେ ମା’ ପୁଅ । ଏହାପରେ ଯୁବକ ଜଣଙ୍କ କଟାମୁଣ୍ଡ ସହିତ ବାହାରକୁ ଆସିଥିଲେ । ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.