fbpx
BJD SKY
BJD SKY

ଜନ୍ମ କଲା ପୁଅକୁ ମାରିଦେଲା ମା’: ଅକାରଣେ ଚାଲିଗଲା ୨ ବର୍ଷର ଶିଶୁର ଜୀବନ

BJD

ଦୁଇ ବର୍ଷର ପୁଅକୁ ନିଜ ହାତରେ ନିଜେ ମାରିଦେଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଜକର ଗ୍ରାମରେ।

ସୂଚନା ଅନୁଯାୟୀ, ଜକର ଗ୍ରାମର ପ୍ରକାଶ ଜେନାଙ୍କ ଝିଅ ମମତା ମଥୁରା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମନୋରଞ୍ଜନ ବାହାର ବାହାର ରାଜ୍ୟରେ କାମକରୁଥିବାବେଳେ ସ୍ତ୍ରୀ ମମତା ବାପ ଘରେ ରହୁଥିଲେ। ତେବେ କୌଣସି କରଣକୁ ନେଇ ମମତା ତାଙ୍କ ପୁଅକୁ ଏକ ଚାପୁଡା ମାରିଥିଲେ । ତେବେ ଚାପୁଡାଟି ପୁଅର କାନ ଗିରିରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ମମତା ମାନସିକ ବିକୃତ ଥିବା କଥା କହିଛନ୍ତି ମମତାଙ୍କ ପରିବାର ଲୋକେ ।

Get real time updates directly on you device, subscribe now.