fbpx

ଏହି କାରଣରୁ ପୁରୁଷମାନେ ଅକାଳରେ ଚନ୍ଦା ହୋଇଥାନ୍ତି

ଅକାଳରେ କେଶ ଝଡ଼ିବା ବା ଚନ୍ଦା ହେବା ଅନେକ ପୁରୁଷଙ୍କ ଠାରେ ଦେଖାଯାଇଥାଏ । ଏନେଇ ଏକ ରିପୋର୍ଟ ସାମନାକୁ ଆସିଛି । କୁହାଯାଇଛି ଯେ, କମ ଉଚ୍ଚତା ଓ ହାଲୁକା ଚର୍ମ ଥିବା ପୁରୁଷମାନେ ଅକାଳରେ ଚନ୍ଦା ହେବା ହେବାର ଆଶଙ୍କା ଅଧିକ ଥାଏ ।

ବୋନ ୟୁନିଭରସିଟି ପକ୍ଷରୁ ୨୦ ହଜାର ପୁରୁଷଙ୍କ ନେଇ ଏକ ସର୍ଭେ କରାଯାଇଥିଲା । ତେବେ ଯେଉଁ ପୁରୁଷମାନଙ୍କର ଉଚ୍ଚ କମ ଥିଲା, ସେମାନଙ୍କର କେଶ ଅଧିକ ଝଡ଼ୁଥିବାର ଦେଖାଯାଇଥିଲା ।

ଏହି ରିସର୍ଚ୍ଚରେ ୬୩ ପ୍ରକାର ଅଲଟ୍ରେସନ ମାନବ ଜିନୋମ ବିଷୟରେ ଜଣାପଡ଼ିଥିଲା, ଯାହା କି କେଶ ଝଡ଼ିବାର କାରଣ ହୋଇଥାଏ । ଏହି ଅଲଟ୍ରେସନର ସଂଯୋଗ ଶରୀରର ଆକାର ଓ ବିଭିନ୍ନ ପ୍ରକାର କର୍କଟ ରୋଗ ସହିତ ରହିଛି ବୋଲି ଜଣାପଡ଼ିଥିଲା । ଏଥିସହିତ କେଶ ସମସ୍ୟା ସହିତ ହୃଦରୋଗର ମଧ୍ୟ ଜଟିଳ ସମ୍ବନ୍ଧ ରହିଛି ବୋଲି କୁହାଯାଇଛି ।

ଏହି ରିସର୍ଚ୍ଚରୁ କେଶ ଝଡ଼ିବା ବୃଦ୍ଧି କରୁଥିବା ଜିନ ବିଷୟରେ ଜଣାପଡ଼ିବା ସହିତ ଝଡ଼ିବା ହ୍ରାସ କରିବା ଜିନ ବିଷୟରେ ମଧ୍ୟ ସୂଚନା ମିଳିଥିଲା । ତେବେ କେଶ ଝଡ଼ିବା ସମସ୍ୟାରେ ଆକ୍ରାନ୍ତ ପୁରୁଷମାନେ ସୂର୍ଯ୍ୟକିରଣରୁ ଭିଟାମିନ ଡି ଗ୍ରହଣ କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.