(ଭାଇରାଲ Video)ପ୍ରଥମେ ରିସେପ୍ସନାଲିଷ୍ଟଙ୍କୁ ଠିଆ ଗୋଇଠା ଦେଲେ ତା’ ପରେ ଘର ପୋଛା କପଡ଼ା ପରି ଚୁଟି ଧରି ଭୂଇଁରେ ଘୋଷାଡ଼ି ପକାଇଲେ ଯୁବକ
ସ୍ଥାନୀୟ ପୋଲିସ କରୁଛି ଯାଞ୍ଚ । ଘଟଣାସ୍ଥଳରୁ ଯୁବକ ଫେରାର୍ ।
ଥାଣେ: ମହାରାଷ୍ଟ୍ର ଥାଣେରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ମାରଧର କରୁଥିବା ଦେଖିବାକୁ ମିଳିଛି ।
ଏ କାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଥାଣେର କଲ୍ୟାଣ ଅଞ୍ଚଳରେ ଏ ଘଟଣା ଦେଖିବାକୁ ମିଳିଛି । ସିସିଟିଭିରେ କଏଦ ହୋଇଥିବା ଫୁଟେଜ ଅନୁସାରେ, ଗୋପାଳ ଝା ନାମକ ଯୁବକ ୮ରୁ ୧୦ ଲୋକଙ୍କୁ ଧରି କ୍ଲିନିକ୍ ବାହାରେ ଛିଡ଼ା ରହିଥିବା ଦେଖାଯାଉଛି ।
ଏହାପରେ ରିସେପ୍ସନାଲିଷ୍ଟ ଜଣକ ଉକ୍ତ ଯୁବକଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ । ଜଣେ ମେଡିସିନ୍ ରିପ୍ରେଜେଣ୍ଟେଟିଭଙ୍କ ସହ ମିଟିଂ ଚାଲୁଥିବା କାରଣରୁ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହାପଠେ ଯୁବକଜଣକ ହଠାତ୍ ଦୌଡ଼ି ଆସି ପ୍ରଥମେ ଯୁବତୀଙ୍କୁ ଠିଆ ଗୋଇଠା ମାରିଥିଲେ । ଏହାପରେ ଚୁଟିକୁ ଧରି ପୋଛା କନା ଭଳି ଚଟାଣରେ ଘୋଷାଡ଼ି ପକାଇଥିଲେ ।
ସେଠାରେ ଉପସ୍ଥିତ ଥିବା ଲୋକେ ଯୁବକଙ୍କୁ ଅଟକାଇଥିଲେ । ମାଡ଼ରେ ଯୁବତୀ ଜଣକ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଷ୍ଟେଶନରେ ମାମଲା ଦାଏର କରାଯାଇଥିବାବେଳେ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଛି ।
ସୂଚନା ଅନୁସାରେ, ଯୁବକ ଜଣକ ଫେରାର୍ ଥିବାବେଳେ ସ୍ୱତନ୍ତ୍ର ପୋଲିସ ଟିମ୍ ଖୋଜାଖୋଜି ଚଳାଇଛି ।
कल्याण – नंदिवली
प्राइवेट हॉस्पिटल में रिसेप्शनिस्ट लड़की के साथ बेरहमी से मारपीट
आरोपी गोपाल झा की मामूली बात को लेकर लड़की से बहस हुई — बहस के बाद झा ने की जबरदस्त मारपीट
घटना CCTV में कैद आरोपी फरार#Maharashtra #Kalyan #HospitalAssault #WomensSafety #CCTVFootage pic.twitter.com/OraQR1Ht7a— Vinod Jagdale (@iamvinodjagdale) July 22, 2025