fbpx

ରାଜ୍ୟସଭା ନିର୍ବାଚନ ପାଇଁ ନିଯୁକ୍ତି

ଭୁବନେଶ୍ୱର,୩ ।୩(ଓଡିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନିଯୁକ୍ତି ହୋଇଛନ୍ତି ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ । ରିଟର୍ଣ୍ଣିଂ ତଥା ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି ଦାଶରଥି ଶତପଥୀ । ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ.ଲୋହାନୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଉଭୟଙ୍କ ନିଯୁକ୍ତି ନେଇ ଭାରତୀୟ ନିର୍ବାଚନ କମିସନର ଚିଠି ଲେଖିଛନ୍ତି ।

ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ମାର୍ଚ୍ଚ ୬ରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ମାର୍ଚ୍ଚ ୧୩ରେ ନାମାଙ୍କନ ଦାଖଲର ଶେଷ ଦିନ ହେବ । ସେହିପରି ମାର୍ଚ୍ଚ ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟ ଶେଷ ହେବ । ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ସହ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।

୧୭ଟି ରାଜ୍ୟର ୫୫ଟି ଆସନରେ ଏହି ନିର୍ବାଚନ ହେବ । ସେଥିମଧ୍ୟରୁ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଅନୁଭବ ମହାନ୍ତି ଲୋକସଭା ସାଂସଦ ହେବା ପରେ ତାଙ୍କ ଆସନ ଖାଲି ରହିଛି । ସେହିପରି ନରେନ୍ଦ୍ର କୁମାର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ, ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

 

Get real time updates directly on you device, subscribe now.