fbpx

Railway ରେ ୧୦ମ ପାସଙ୍କ ପାଇଁ ଚାକିରି ସୁଯୋଗ: ରହିଛି ୬୦୦୦ ରୁ ଅଧିକ ଭ୍ୟାକେନ୍ସୀ…

ନୂଆଦିଲ୍ଲୀ: ୧୦ମ ପରେ ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ବଢ଼ିଆ ସୁଯୋଗ । ରେଲୱେ ରିକୁଟମେଣ୍ଟ ବିଭାଗ ସେଲ ତରଫରୁ ଆପ୍ରେଣ୍ଟିସ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୂଯାୟୀ ଦକ୍ଷିଣ ରେଳବାଇ ଏବଂ ଇଷ୍ଟର୍ଣ୍ଣ ରେଲୱେରେ ଭର୍ତ୍ତି ପାଇଁ ଭ୍ୟାକେନ୍ସୀ ରହିଛି । ରେଲୱେ ଭର୍ତ୍ତି ବୋର୍ଡ ତରଫରୁ ଏହି ଭ୍ୟାକେନ୍ସୀ ମାଧ୍ୟମରେ ସମୁଦାୟ ୬୨୬୫ ପଦରେ ନିଯୁକ୍ତି କରାଯିବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ ଅନଲାଇନ ମୋଡରେ କରାଯାଉଛି । ଆବେଦନ କରିବା ପାଇଁ ଆଶୀଙ୍କୁ ଅଫିସିଆଲ ୱେବସାଇଟ rrcrecruit.co.in କୁ ଯିବାକୁ ହେବ । ବିଜ୍ଞପ୍ତି ଅନୂଯାୟୀ, ଦକ୍ଷିଣ ରେଲୱେରେ ଆପ୍ରେଣ୍ଟିସ୍ ର ୩୧୫୦ ପଦରେ ଭର୍ତ୍ତି ରହିଛି  । ଏହା ବ୍ୟତୀତ ଇଷ୍ଟର୍ଣ୍ଣ ରେଲୱେରେ ସମୁଦାୟ ୩୧୧୫ ପଦ ପାଇଁ ନିଯୁକ୍ତି ରହିଛି ।

ଆବେଦନ ପାଇଁ ଜରୁରୀ ତାରିଖ:

ଦକ୍ଷିଣ ରେଳବାଇ ଆପ୍ରେଣ୍ଟିସ୍ ପାଇଁ ଆବେଦନ ତାରିଖ- ୧ ଅକ୍ଟୋବର ୨୦୨୨ ଠାରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ।

ଇଣ୍ଟର୍ଣ୍ଣ ରେଲୱେ ଆପ୍ରେଣ୍ଟିସ୍ ପଦରେ ଆବେଦନ ତାରିଖ- ୩୦ ସେପ୍ଟେମ୍ବର ୨୦୨୨ ରୁ ୨୯ ଅକ୍ଟୋବର ୨୦୨୨ ରହିଛି ।

ଯୋଗ୍ୟତା ଏବଂ ବୟସସୀମା:

ରେଲୱେ ଭର୍ତ୍ତି ବୋର୍ଡ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୂଯାୟୀ ଆଶାୟୀ ୧୦ମ ପାସ୍ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ ଆଶାୟୀଙ୍କ ପାଖରେ ଆଇଟିଆଇ କିମ୍ବା ଏନସିଭିଟି ସାର୍ଟିଫିକେଟ୍ ଥିବା ଜରୁରୀ । ଏଥିରେ ଆବେଦନ ପାଇଁ ସେହି ଆଶାୟୀଙ୍କ ଯୋଗ୍ୟ ଯେଉଁମାନଙ୍କ ବୟସ ୧୫ ବର୍ଷରୁ ଅଧିକ ଏବଂ ୨୪ ବର୍ଷ କମ୍ ହୋଇନଥିବ । ସଂରକ୍ଷଣ ମଧ୍ୟ ରହିଛି ।

ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ । ଭାକେନ୍ସୀର ସଂପୂର୍ଣ୍ଣ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ନ୍ତୁ ।

ଦକ୍ଷିଣ ରେଳବାଇ ଆପ୍ରେଣ୍ଟିସ୍ ନୋଟିଫିକେସନ

ଇଣ୍ଟର୍ଣ୍ଣ ରେଲୱେ ଆପ୍ରେଣ୍ଟିସ୍ ନୋଟିଫିକେସନ

Get real time updates directly on you device, subscribe now.