fbpx

UPSCରେ ଡ୍ରଗ୍ ଇନ୍ସପେକ୍ଟର ସହିତ ବିଭିନ୍ନ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତି: ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଡ୍ରଗ୍ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର ଏବଂ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ଯୁବ ପ୍ରାର୍ଥୀଙ୍କ ନିମନ୍ତେ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ଆବେଦନ ଘୋଷଣା କରିଛନ୍ତି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷସୀମା ୨ ଜୁନ୍ ରହିଛି । ଇଚ୍ଛୁକ ଥିବା ପ୍ରାର୍ଥୀମାନେ UPSCର ଅଫିସିଆଲ ୱେବସାଇଟ www.upsconline.nic.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ ।

ଯଦି ଆପଣଙ୍କର ସ୍ନାତକ ଡିଗ୍ରୀ ଅଛି ଏବଂ ଆପଣ ଏକ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣ ଶେଷ ତାରିଖ ପୂର୍ବରୁ ଏହି ପୋଷ୍ଟଗୁଡିକ ପାଇଁ ଫର୍ମ ପୂରଣ କରିପାରିବେ । ସରକାରୀ ଚାକିରି ପାଇବା ଏବଂ ତୁମର ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ହେଉଛି ତୁମର ସୁବର୍ଣ୍ଣ ସୁଯୋଗ ।

ଗୁରୁତ୍ୱପୂର୍ଣ୍ଣ ତାରିଖ ଏବଂ ସୂଚନା –

ପରୀକ୍ଷା ନାମ – ଡ୍ରଗ୍ ଇନ୍ସପେକ୍ଟର, ସହକାରୀ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ।

ମୋଟ ପଦ – ୫୦

ଶେଷ ତାରିଖ -୨ ଜୁନ୍୨୦୨୨

ସ୍ଥାନ- ଦିଲ୍ଲୀ

ଚୟନ ପ୍ରକ୍ରିୟା- ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

କିପରି ଆବେଦନ କରିବେ – ପ୍ରାର୍ଥୀମାନେ ଡକ୍ୟୁମେଣ୍ଟ୍ ଏବଂ ଆବଶ୍ୟକ ପ୍ରମାଣପତ୍ରର ସାର୍ଟିଫିକେଟ୍ କପି ସହିତ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ ଫର୍ମ ପୂରଣ କରିପାରିବେ । ପ୍ରାର୍ଥୀମାନେ ଆବେଦନ ଫର୍ମ ପୂରଣ କରିବା ସମୟରେ ସମସ୍ତ ସୂଚନା ଏବଂ ସବିଶେଷ ତଥ୍ୟକୁ ସାବଧାନତାର ସହିତ ପୂରଣ କରିବାକୁ ଅନୁରୋଧ କରାଯାଇଛି । ପ୍ରାର୍ଥୀମାନଙ୍କ ମାତ୍ର ୨୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । କିନ୍ତୁ ଅନୁସୂଚିତ ଜାତି/ଜନଜାତି, ପିଡବ୍ଲୁବିଡି, ମହିଳାଙ୍କ ପାଇଁ ଆବେଦନ ଶୁଳ୍କଚ ମାଗଣା ରହିଛି ।

Get real time updates directly on you device, subscribe now.