fbpx

ମମତାଙ୍କୁ ଚିଠି ଲେଖି କ’ଣ କହିଲେ ଧର୍ମେନ୍ଦ୍ର

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ରେ ହୋଇଥିବା ଅନିୟମିତତା ଘଟଣାରେ ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର । ଏବଂ ଏହାକୁ ସଂଶୋଧନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ଶିକ୍ଷକ ନିଯୁକ୍ତି ଅନିୟମିତତା ରେ ଜୁଲାଇ ୨୩ରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ତେବେ ଧର୍ମେନ୍ଦ୍ର ଲେଖିଥିବା ଚିଠିର ପୃଷ୍ଠଭୂମି ରେ ଦର୍ଶାଯାଇଛି ଯେ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ସମ୍ପର୍କରେ ପଶ୍ଚିମବଙ୍ଗର ବିଭିନ୍ନ ଶିକ୍ଷକ ଓ ଶିକ୍ଷକ ସଂଗଠନ ମାନ ଏହି ସମ୍ପର୍କରେ ଯାଞ୍ଚ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରକାଶ କରିଛନ୍ତି ।

ଚିଠିରେ କଣ ଲେଖିଛନ୍ତି ଧର୍ମେନ୍ଦ୍ର?
ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ସ୍କାମରେ ମିଳିଥିବା ଅନିୟମିତତା ନିଶ୍ଚିତ ଭାବରେ ଶିକ୍ଷାର ଗୁଣରେ ବାଧା ସୃଷ୍ଟି କରିବ । ଏବଂ ଭବିଷ୍ୟତର ପିଢ଼ୀ ମାନଙ୍କ ପାଇଁ ଏହା କୁ ପ୍ରଭାବ ପକାଇବ । ତେଣୁ ଲୋକମାନଙ୍କ ବିଶ୍ୱାସକୁ ଫେରାଇବା ପାଇଁ ଆବଶ୍ୟକ ସଂଶୋଧନ ପଦକ୍ଷପ ଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଆନ୍ତରିକତା ସହ ଅନୁରୋଧ କରୁଛି ବୋଲି ଧର୍ମେନ୍ଦ୍ର ପ୍ରକାଶ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ଘଟଣାର ଯାଞ୍ଚ କରୁଛି ।

ସେପଟେ ଶ୍ରୀପ୍ରଧାନ ପଶ୍ଚିମବଙ୍ଗର ସମସ୍ତ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ସୁବିଧା ସୁନିଶ୍ଚିନ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ସମର୍ଥନ ଏବଂ ସର୍ବୋଚ୍ଚ ବିଚାର ବିଷୟରେ ମମତାଙ୍କୁ ଆଶ୍ୱସନା ଦେଇଛନ୍ତି ।ସୂଚନା ମୁତାବକ ଏହି ଘଟଣାରେ ସମ୍ପୃକ୍ତ ଥିବା ପାର୍ଥ ଚାଟାର୍ଜିଙ୍କ ଘନିଷ୍ଠ ବନ୍ଧୁ ଅର୍ପିତାଙ୍କ ଆପାର୍ଟମେଣ୍ଟରୁ ଇଡି ୫୦ କୋଟି ଟଙ୍କା ଜବତ କରିଥିଲା । ଏହି ଘଟଣା ଆଧାରରେ ପାର୍ଥଙ୍କୁ ଗିରଫ ମଧ୍ୟ କରାଯାଇଛି । ଏବଂ ତାଙ୍କୁ ତାଙ୍କର ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଛି ।

Get real time updates directly on you device, subscribe now.