fbpx

ଦେଢ଼ଶୂରକୁ ଗୋଡ଼େଇ ଗୋଡ଼େଇ ପିଟିଲା ଭାଇବୋହୂ, ଥାନାରେ ଲିିଖିତ ଅଭିଯୋଗ କଲେ ପରିବାରଲୋକ

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍‌): ଗୋବିନ୍ଦପୁର ଥାନା ଅଧିନସ୍ଥ ଉତ୍ତାରଣ ପଞ୍ଚାୟତ ଭୋଗେଶ୍ୱର ଗ୍ରାମରେ ଜମିବାଡି ବିବାଦରୁ ପୂର୍ବଶତୃତାକୁ ନେଇ ବଡଭାଉଜଙ୍କ ଦଶକର୍ମ ଦିନ ଦେଢଶୂର ବିଶ୍ୱନାଥ ସ୍ୱାଇଁ ଭାଇବୋହୁ କୃଷ୍ଣପ୍ରିୟା ସ୍ୱାଇଁ (୪୫)ଙ୍କୁ ତଡାଧରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିଥିବାକୁ ନେଇ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସହଯୋଗ କରିଛନ୍ତି ଶରତ ଚନ୍ଦ୍ର ସ୍ୱାଇଁଙ୍କ ଝିଅ ରୀନା ସ୍ୱାଇଁ, କୁନି ସ୍ୱାଇଁ, ସଖି ସ୍ୱାଇଁ ଓ ବୋହୁ ପିଙ୍କି ସ୍ୱାଇଁ ତଡାଧରି ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିବା ସହ ଟେକା ପଥର ଘର ଉପରକୁ ଫିଙ୍ଗିଥିଲେ । ଏଥିରୁ ଜୀବନକୁ ବଞ୍ଚାଇବାକୁ ଯାଇ କୃଷ୍ଣପ୍ରିୟା ସ୍ୱାଇଁ ଓ ତାଙ୍କ ଝିଅ ଘରୁ ବାହାରି ନଥିଲେ ।

ଏ ନେଇ ଗୋବିନ୍ଦପୁର ପୋଲିସ୍‌ ୧୦୬/୨୦୨୨ ମାମଲାରେ ତଦନ୍ତ ଆରମ୍ଭ କରିଛି । ଏହି ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ବହୁ ସଙ୍ଗୀନ୍‌ ଦଫାରେ ମାମଲା ଅଛି । କଟକ ଏସ୍‌ଡିଜେଏମ୍‌ରେ ଏକାଧିକ ମାମଲା ବିଚାରଧିନ ରହିଛି । ଏହା ସତ୍ୱେ ଏମାନେ ପୂନର୍ବାର ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

Get real time updates directly on you device, subscribe now.