ପ୍ରବଳ ବର୍ଷା ପାଇଁ ଜାରି ହେଲା ରେଡ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷା ପାଇଁ ଜାରି ହେଲା ରେଡ ଓ୍ୱାର୍ଣ୍ଣିଂ। ଲଘୁଚାପ କାରଣରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆହୁରି 5ଦିନ ଧରି ଏହା ଚାଲିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।

ଲଘୁଚାପ କାରଣରୁ ମତ୍ସ୍ୟଜୀବୀଙ୍କୁ 3ଦିନ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆଜି ବିଭିନ୍ନ ଅଞ୍ଚଳରେ ବର୍ଷା ଦେଖାଯାଉଥିବାବେଳେ ପାରାଦୀପରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ସୂଚନା ମୁତାବକ ଦୁଇଦିନ ଭିତରେ ମୌସୁମୀ ଓଡିଶା ଛୁଇଁବ।