fbpx

ଭାରତରେ ଲଞ୍ଚ ହେଲା Redmi Note 10S, 5000 mAh ବ୍ୟାଟେରୀ ସହ ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ, ୧୩/୫: ଭାରତରେ ଲଞ୍ଚ ହୋଇଛି Redmi Note 10S । ଆଜି ଏକ ଭର୍ଚୁଆଲ ଇଭେଣ୍ଟରେ କଂପାନୀ ଏହାକୁ ଲଞ୍ଚ କରିଛି । ତେବେ ପୂର୍ବରୁ ଏହି ସିରିଜର ରେଡମୀ ନୋଟ ୧୦, ନୋଟ ୧୦ ପ୍ରୋ, ଏବଂ ନୋଟ ୧୦ ପ୍ରୋ ମ୍ୟାକ୍ସ ଲଞ୍ଚ କରାଯାଇଛି । ଆଜିର ଭର୍ଚୁଆଲ ଲଞ୍ଚ ଇଭେଣ୍ଟରେ Redmi Note 10S  ସହ କଂପାନୀ ପ୍ରଥମଥର ଭାରତରେ ଏହାର ସ୍ମାର୍ଟୱାଚ Redmi Smart Watchକୁ ମଧ୍ୟ ଲଞ୍ଚ କରିଛି । ତେବେ ଭାରତରେ ଲଞ୍ଚ କରାଯାଇଥିବା ମଡେଲ MediaTek Helio G95 ପ୍ରୋସେସର ସହ ଦେଖିବାକୁ ମିଳିବ ଏବଂ ଏଥିରେ 5000 mAhର ବ୍ୟାଟେରୀ  ସହ ରହିଛି ଯାହା 33 Wର ଫାଷ୍ଟ ଚାର୍ଜିଂ ସପୋର୍ଟ ।

କ’ଣ ରହିଛି ଏହାର ଫିଚର୍ସ:

ରେଡମୀ ନୋଟ ୧୦ ଏସ Android 11 OS ଉପରେ ଆଧାରିତ ଏବଂ ଏଥିରେ 6.43 inchର Full HD+ AMOLED Display ଡିସପ୍ଲେ ଦିଆଯାଇଛି । ଯାହାକି 1080×2400 Pixel ସ୍କ୍ରିନ ରେଜୋଲ୍ୟୁସନ ସହ ଆସିଥାଏ । ଏବଂ ସୁରକ୍ଷା ପାଇଁ ଏଥିରେ ଗୋରିଲା ଗ୍ଲାସ ୩ ରହିଛି । ଫୋନ ରେ 33 W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5000mAhର ବ୍ୟାଟେରୀ ରହିଛି । ଏଥିରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ମଧ୍ୟ ରହିଛି । Redmi Note 10S ସ୍ମାର୍ଟଫୋନରେ କ୍ୱାଡ କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ, 64 MPର ପ୍ରାଇମେରୀ କ୍ୟାମେରା, 8MP Ultra Wide Angle ଲେନ୍ସ, 2 MPର ମାକ୍ରୋ ଲେନ୍ସ ଏବଂ 2 MP ର Depth Sensor ରହିଛି  । ସେଲ୍ଫି ପାଇଁ ଏଥିରେ ୧୩ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

Redmi Note 10S ର ଦାମ :

Redmi Note 10S ସ୍ମାର୍ଟଫୋନ  6 GB RAM + 64 GB ଷ୍ଟୋରେଜ ଏବଂ 6 GB RAM + 128 GB ଷ୍ଟୋରେଜ ଭ୍ୟାରିଏଣ୍ଟରେ ଉପଲବ୍ଧ । ଯାହାର ଦାମ ଯଥାକ୍ରମେ ୧୪,୯୯୯ ଏବଂ ୧୫୯୯୯ ଟଙ୍କା ରହିଛି । ଏହା ଡିପ୍ ସି ବ୍ଲୁ , ଫାଷ୍ଟ ହ୍ୱାଇଟ ଏବଂ Shadow ବ୍ଲାକ କଲରରେ ଉପଲବ୍ଧ  । ଏହି ଫୋନର ବିକ୍ରି ମେ ୧୮ରୁ ଇ-କମର୍ସ ୱେବସାଇଟ ଆମାଜନ ଇଣ୍ଡିଆ ଏବଂ କଂପାନୀର ଅଧିକାରୀକ ୱେବସାଇଟରେ ଆରମ୍ଭ ହେବାକୁଯାଉଛି ।

Get real time updates directly on you device, subscribe now.