9,000mAh ବ୍ୟାଟେରୀ ସହିତ ଲଞ୍ଚ ହେଲା Redmi Pad 2, କମ୍ ଦାମରେ ମିଳିବ ଜବରଦସ୍ତ ଫିଚର୍ସ
9,000mAh ବ୍ୟାଟେରୀ ସହିତ ଲଞ୍ଚ ହେଲା Redmi Pad 2 । ତେବେ ଆସନ୍ତୁ ଜାଣିବା Redmiର ଏହି ଟାବଲେଟର ସମ୍ପୂର୍ଣ୍ଣ ଡିଟେଲ୍ସ ।
ନୂଆଦିଲ୍ଲୀ: 9,000mAh ବ୍ୟାଟେରୀ ସହିତ ଲଞ୍ଚ ହେଲା Redmi Pad 2 । Redmi ଏହାର ବଜେଟ୍ ଫ୍ରେଣ୍ଡଲି ଟାବଲେଟ୍ Pad 2 ଲଞ୍ଚ କରିଛି । ଏହି ଟାବଲେଟର୍ 9,000mAh ବ୍ୟାଟେରୀ, 2.5k ରିଜୋଲ୍ୟସନ୍ ଡିସପ୍ଲେ ସମେତ ଅନେକ ପାୱାରଫୁଲ ଫିଚର୍ସ ରହିଛି । ଏହାକୁ 8GB RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଭାରିଆଣ୍ଟରେ କିଣାଯାଇପାରିବ।
Redmiର ଏହି ଟାବଲେଟ୍ ଗତବର୍ଷ ଲଞ୍ଚ ହୋଇଥିବା Redmi Padର ଏକ ଅପଗ୍ରେଡେଡ୍ ମଡେଲ୍ । କମ୍ପାନୀ ଏହି ଟାବଲେଟ୍କୁ 4G ଏବଂ WiFi ଭାରିଆଣ୍ଟରେ ଉପସ୍ଥାପନ କରିଛି । ତେବେ ଆସନ୍ତୁ ଜାଣିବା Redmiର ଏହି ଶସ୍ତା ଟାବଲେଟର ସମ୍ପୂର୍ଣ୍ଣ ଡିଟେଲ୍ସ ।
Redmi Pad 2 ର ମୂଲ୍ୟ :
ଏହି Redmi ଟାବଲେଟ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଯାହା ହେଉଛି- 4GB RAM + 128GB ଷ୍ଟୋରେଜ୍ ଏବଂ 8GB RAM + 256GB ଷ୍ଟୋରେଜ୍ । ଏଥି ସହ ଜାଣିରଖନ୍ତୁ ଯେ, 4GB RAM + 128GB ଷ୍ଟୋରେଜ୍ ଭାରିଆଣ୍ଟ WiFi Only କନେକ୍ଟିଭିଟି ସହିତ GBP 169(ପ୍ରାୟ 18000 ଟଙ୍କା) । ସେହିଭଳି, ଏହାର ଟପ୍ 8GB RAM + 256GB ଭାରିଆଣ୍ଟର ମୂଲ୍ୟ GBP 219 (ପ୍ରାୟ 25000 ଟଙ୍କା) ରହିଛି । ଏହି Redmi ଟାବଲେଟ୍ 4G କନେକ୍ଟିଭିଟି ସହିତ ମଧ୍ୟ ଆସିଥାଏ । ଏହାର 4GB RAM + 128GB ଭାରିଆଣ୍ଟର ମୂଲ୍ୟ GBP 219 (ପ୍ରାୟ 25000 ଟଙ୍କା) । ସେହିଭଳି, ଏହାର 8GB RAM + 256GB ଭାରିଆଣ୍ଟର ମୂଲ୍ୟ GBP 259 (ପ୍ରାୟ 30,000 ଟଙ୍କା) ରହିଛି । ଏଥି ସହ ଜାଣିରଖନ୍ତୁ ଯେ, ଏହା ଜୁନ୍ 18ରେ ଭାରତରେ ଲଞ୍ଚ ହେବ ।
Redmi Pad 2 ର ଫିଚର୍ସ :
1- Redmiର ଏହି ଶସ୍ତା ଟାବଲେଟ୍ 11 ଇଞ୍ଚର 2.5K ରିଜୋଲ୍ୟୁସନ୍ ଡିସପ୍ଲେ ସହିତ ଆସିଥାଏ । ଯାହା 90Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଏହି ଟାବଲେଟକୁ ଡିସପ୍ଲେର ପିକ୍ ବ୍ରାଇଟନେସ୍ 500 ନିଟ୍ସ ପର୍ଯ୍ୟନ୍ତ ରହିଛି ।
2- Redmi Pad 2ରେ MediaTek Helio G100 Ultra ପ୍ରୋସେସର ଦିଆଯାଇଛି, ଯାହା ସହିତ 8 GB RAM ଏବଂ 256GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଏହି ଟାବଲେଟର ଇଣ୍ଟରନାଲ୍ ଷ୍ଟୋରେଜକୁ microSD card ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ ମଧ୍ୟ କରାଯାଇପାରିବ ।
3- ଏହି ଟାବଲେଟରେ 8MP ରିୟର ଏବଂ 5MPର ସେଲଫି କ୍ୟାମେରା ମିଳିପାରିବ, ଯାହାର ଫଟୋଗ୍ରାଫି ଏବଂ ଭିଡିଓ କଲିଂ ପାଇଁ ବ୍ୟବହାର କରାଯାଇପାରିବ ।
4- ଏଥିରେ କନେକ୍ଟିଭିଟି ପାଇଁ WiFi 5, Bluetooth 5.3, USB Type C ଚାର୍ଜିଂ ପୋର୍ଟ ଭଳି ଫିଚର୍ସ ମିଳିଥାଏ । ଏହା ସହିତ ଏହା ଡଲବି ଆଟମସ୍ ସପୋର୍ଟ ଭଳି ସ୍ପିକର୍ସ ସହିତ ଆସିଥାଏ ।
5- ଏଥି ସହ ଜାଣିରଖନ୍ତୁ ଯେ, Redmi Pad 2 ରେ 9,000mAhର ବ୍ୟାଟେରୀ ଦିଆଯାଇଛି, ଯାହା ସହିତ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିଥାଏ । ଏଥିରେ Redmi Smart Penର ମଧ୍ୟ ସପୋର୍ଟ ମିଳିବ । ଯାହାକୁ ଅଲଗା କିଣାଯାଇପାରିବ । ଯଦି ଆପଣ ଏକ ଟାବଲେଟ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଏହି ପାୱାରଫୁଲ୍ ଟାବଲେଟ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।