fbpx

ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାରେ ସୁଧାର : ଆସନ୍ତାକାଲି ଠାରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାମରଣ କେନ୍ଦ୍ର ବଜେଟ୍‌ ୨୦୨୩-୨୪ ଉପସ୍ଥାପନ କରିବା ସମୟରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାରେ ସୁଧାର ଲାଗି ଘୋଷଣା କରିଥିଲେ। ବର୍ତ୍ତମାନ ସଂଶୋଧିତ ଯୋଜନା ଏପ୍ରିଲ ପହିଲା ୨୦୨୩ ଅର୍ଥାତ୍‌ ଆସନ୍ତାକାଲି ଠାରୁ ଲାଗୁ ହେବ। ଏଥିପାଇଁ ସରକାର ୯,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବିନିଯୋଗ କରିବେ। ଯାହାଫଳରେ ୨ ଲକ୍ଷ କୋଟି ଟଙ୍କାର ବନ୍ଧକ-ମୁକ୍ତ ଗ୍ୟାରେଣ୍ଟିଯୁକ୍ତ ଋଣ ଯୋଗାଇଦେବା ସମ୍ଭବ ହୋଇପାରିବ ଏବଂ ଏହା ଋଣ ଖର୍ଚ୍ଚକୁ ପ୍ରାୟ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ।

ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ନିମ୍ନ ପଦକ୍ଷେପ ନିଆଯାଇଛି :

  • ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ କର୍ପସ (ସିଜିଟିଏମଏସଇ) ୩୦ ମାର୍ଚ୍ଚ ୨୦୨୩ରେ ୮,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି।
  • ସିଜିଟିଏମଏସଇ ପକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ ଗ୍ୟାରେଣ୍ଟି ଶୁଳ୍କ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି । ବାର୍ଷିକ ଶୁଳ୍କ ପରିମାଣ ସର୍ବାଧିକ ୨%ରୁ ସର୍ବନିମ୍ନ ୦.୩୭%ରେ ଧାର୍ଯ୍ୟ ହୋଇଛି । ଏହା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗକୁ ଦିଆଯାଉଥିବା ଋଣ ଉପରେ ସାମଗ୍ରିକ ଖର୍ଚ୍ଚକୁ ଅନେକ ପରିମାଣରେ ହ୍ରାସ କରିବ।
  • ଗ୍ୟାରେଣ୍ଟି ପାଇଁ ସିଲିଂ ଉପରେ ସୀମାକୁ ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
  • ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ପାଇଁ ଗ୍ୟାରେଣ୍ଟି କ୍ଷେତ୍ରରେ ଦାବିଗୁଡ଼ିକର ସମାଧାନ ପାଇଁ ଏଣିକ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ନାହିଁ।
  • ୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଗ୍ୟାରେଣ୍ଟିକୁ ମଞ୍ଜୁର କରି ସିଜିଟିଏମଏସଇ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି।

Get real time updates directly on you device, subscribe now.