fbpx

ବଢ଼ିଲା Inter-caste ବିବାହ ରାଶି, ଆଉ ୫ଲକ୍ଷ ନୁହେଁ ଏଣିକି ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆଜି ବି ଆମ ସମାଜରେ ଅଲଗା ଜାତିରେ ବିବାହକୁ ବିରୋଧ କରୁଥିବାର ଦେଖିବାକୁ ମିଳେ। କିନ୍ତୁ ସରକାର ସାମାଜିକ ସମନ୍ୱୟ ରକ୍ଷା କରିବା ଏବଂ ଅସ୍ପୃଶ୍ୟତାକୁ ହଟାଇବା ପାଇଁ ଅନବରତ କାର୍ଯ୍ୟ କରୁଛନ୍ତି ।ଏହା ଭିତରେ ରାଜସ୍ଥାନରେ ଗେହଲଟ୍ ସରକାର ଅନ୍ତଃ ଜାତି ବିବାହକୁ ନେଇ ଏକ ବଡ ଘୋଷଣା କରିଛନ୍ତି।

ଅଲଗା ଜାତିରେ ବିବାହରେ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ଘୋଷଣା କରି ସିଏମ୍ ଅଶୋକ ଗେହଲଟ୍ ବର୍ତ୍ତମାନ ଏହି ପରିମାଣକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପରିମାଣ ୫ ଲକ୍ଷ ଟଙ୍କା ଥିଲା। କୁହାଯାଉଛି ଯେ ରାଜସ୍ଥାନର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଡକ୍ଟର ସବିତା ବେନ୍ ଆମ୍ବେଦକର ଇଣ୍ଟରକାଷ୍ଟ ବିବାହ ଯୋଜନା ଅଧୀନରେ ଅଲଗା ଜାତିରେ ବିବାହ ଉପରେ ପ୍ରୋତ୍ସାହନ ରାଶି ୧୦ ଲକ୍ଷକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ଯୋଜନା ଅଧୀନରେ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ ୮ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ସ୍ଥିର କରାଯିବ। ଅବଶିଷ୍ଟ ପାଞ୍ଚ ଲକ୍ଷ ଟଙ୍କା ମିଳିତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ୨୦୨୩-୨୪ ବଜେଟରେ ଗେହଲୋଟ୍ ଏହି ବିଷୟରେ ଏକ ଘୋଷଣା କରିଥିଲେ।ଯୋଜନା କ’ଣ?

ସୂଚନାମୁତାବକ ଅନୁସୂଚିତ ଜାତି ବର୍ଗର ଜଣେ ଯୁବକ କିମ୍ବା ଝିଅ ଯିଏ ଏକ ଉଚ୍ଚ ଜାତିର ହିନ୍ଦୁ ପୁଅ କିମ୍ବା ଝିଅ କୁ ବିବାହ କରିବେ ସେ ଏହି ଯୋଜନାର ଲାଭ ପାଇବେ। ଏହା ସହିତ ବର ଏବଂ କନ୍ୟା ରାଜସ୍ଥାନର ମୂଳ ବାସିନ୍ଦା ହେବା ଉଚିତ୍ । ଏହି ଦମ୍ପତିଙ୍କ ବୟସ ୩୫ ବର୍ଷରୁ କମ ହେବା ଉଚିତ୍ । ଏହାସହିତ ତାଙ୍କର କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେଇଥିବା ଆବଶ୍ୟକ ।

ସୂଚନାମୁତାବକ ବିବାହର ଏକ ମାସ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ । www.sje.rajasthan.gov.in ରେ ଆପଣ ସହଜରେ ଯୋଜନାର ବିସ୍ତୃତ ସୂଚନା ଏବଂ ଆବେଦନ ଫର୍ମ ପାଇବେ ।

Get real time updates directly on you device, subscribe now.