fbpx
BSKY SKY
BSKY SKY

ଫଟୋ ଉଠାଇବା ନିଶାରେ ପ୍ରଭୁ ରାମଙ୍କ ପ୍ରତିମା ଉପରକୁ ଚଢ଼ିଗଲେ ବିଜେପି ବିଧାୟକ, ସମାଲୋଚନା କଲା କଂଗ୍ରେସ

BSKY

ନୁଆଦିଲ୍ଲୀ: ଗୁରୁବାର ସାରା ଭାରତରେ ଅଦଭୁତପୁର୍ବ ଉତ୍ସାହର ସହିତ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିବସ ‘ରାମନବମୀ’ ପାଳନ କରାଯାଇଛି। ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଭକ୍ତିଭାବରେ ପ୍ରଭୁଙ୍କର ପୂଜା କରିଥିଲେ। ଏହାରି ମଧ୍ୟରେ ଦେଶର କିଛି ସ୍ଥାନରୁ ଦୁର୍ଘଟଣାର ଖବର ଆସିଥିଲା ବେଳେ କର୍ଣ୍ଣାଟକରୁ ଆସିଛି ନିନ୍ଦନୀୟ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ବିଜେପି ବିଧାୟକଙ୍କୁ ଫଟୋ ଉଠାଇବାର ନିଶା ଏପରି ଘାରିଥିଲା ଯେ, ସେ ଭଗବାନ ରାମଙ୍କ ପ୍ରତିମୁର୍ତ୍ତି ଉପରକୁ ଚଢି ଯାଇଥିଲେ ।

କର୍ଣ୍ଣାଟକର ଏହି ବିଜେପି ବିଧାୟକ ଶରଣୁ ସାଲଗରଙ୍କ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଭୁ ରାମଙ୍କ ପ୍ରତିମା ଉପରକୁ ଚଢିଥିବାର ନଜର ଆସିଛନ୍ତି । ଶରଣୁ ସାଲଗର କର୍ଣ୍ଣାଟକର ବିଡର ଜିଲ୍ଲାର ବାସଭାକାଲିଆ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି ।

ତେବେ ସେ ଭଗବାନ ରାମଙ୍କ ପ୍ରତିମା ଉପରେ ଚଢିବାର ଫଟୋ ସାମ୍ନାକୁ ଆସିବା ପରେ ଅନେକ ଲୋକ ଏହାକୁ ଅପମାନଜନକ ବୋଲି କହୁଛନ୍ତି । ଶରଣୁ ସଲର ମୂର୍ତ୍ତି ଉପରେ ଠିଆ ହୋଇ ଫଟୋଗ୍ରାଫ୍ କ୍ଲିକ୍ କରୁଥିବା ଦେଖାଯାଇଥିଲା । ଏହି ଘଟଣା ପରେ ରାଜ୍ୟର ବିରୋଧୀ ଦଳ କଂଗ୍ରେସ ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଏହା ସହିତ ବିରୋଧୀ ଦଳ ଶାସକ ବିଜେପିକୁ ତୀବ୍ର ସମାଲୋଚନା କରିଛି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ନିଜକୁ ରକ୍ଷା କରୁଥିବାବେଳେ ସାଲଗାର କହିଛନ୍ତି ଯେ ସେ ଦଳର କର୍ମୀଙ୍କ ଅନୁରୋଧ କ୍ରମେ ଏହା କରିଛନ୍ତି ଏବଂ ଏହି ପ୍ରତିମୂର୍ତ୍ତିରେ ପାଦ ରଖିବାର କୌଣସି ଉଦ୍ଦେଶ୍ୟ ନାହିଁ ।

Get real time updates directly on you device, subscribe now.