fbpx
BJD SKY
BJD SKY

ଜଳ ବିନା ତ୍ରାହି ତ୍ରାହି… କାର୍ ଧୋଇବା-ଗଛରେ ପାଣି ଦେବା ବି ମନା: ବେଙ୍ଗଲୁରୁରେ ନୂଆ ନିୟମ

BJD

ନୂଆଦିଲ୍ଲୀ: ଭାରତର ସିଲିକନ୍ ଭ୍ୟାଲେ କୁହାଯାଉଥିବା ବେଙ୍ଗଲୁରୁ ସହର ଆଜି ପାଣି ନ ପାଇ ତ୍ରାହି ତ୍ରାହି ଡାକୁଛି । ଶୋଷ ମେଣ୍ଟାଇବାକୁ ଲୋକଙ୍କୁ ପାଣି ମୁନ୍ଦାଏ ବି ମିଳିବା କଷ୍ଟକର ହୋଇପଡ଼ିଛି । ଯାହା ଫଳରେ ସହରରେ କାର୍ ଧୋଇବା ଏବଂ ଗଚରେ ପାଣି ଦେବାକୁ ବି ମନା କରାଯାଇଛି । ନିୟମର ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଛି । ଜଳ ବିନା ସହରରେ ପରିସ୍ଥିତି ଏମିତି ହୋଇଯାଇଛି ଯେ, ଟ୍ୟାଙ୍କରରୁ ଲୋକଙ୍କୁ ସଠିକ ଭାବରେ ପାଣି ଯୋଗାଇ ଦେବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି ।

ବେଙ୍ଗଲୁରୁ ୱାଟର ସପ୍ଲାଏ ଆଣ୍ଡ ସିୱେଜ୍ ବୋର୍ଡ(BWSSB) ତରଫରୁ ସହରବାସୀଙ୍କ ପାଇଁ ବିଭିନ୍ନ ଆଦେଶ ଜାରି ହୋଇଯାଇଛି । ଏଥିରେ କୁହାଯାଇଛି ଯେ, ଗାଡ଼ି ଧୋଇବା ନିର୍ମାଣ କାର୍ଯ୍ୟ କିମ୍ବା ମନୋରଞ୍ଜନ କରିବା ଆଦି କାର୍ଯ୍ୟରେ ପାନୀୟ ଜଳର ବ୍ୟବହାର ନ କରିବା ପାଇଁ କୁହାଯାଇଛି । ତେବେ ଆଦେଶ ପାଳନ ନ କଲେ ୫୦୦୦ ଟଙ୍କାର ଜରିମାନା ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ଅନେକ ଥର ଏହି ନିୟମ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଅତିରିକ୍ତ ୫୦୦ ଟଙ୍କାର ଅତିରିକ୍ତ ଜରିମାନା ଲାଗୁ ହେବ ।

ଏହି ଆଦେଶରେ କୁହାଯାଇଛି ଯେ, BWSSB ଆକ୍ଟ ୧୯୬୪ ଧାରା ୩୩ ଏବଂ ୩୪ ଅନୁଯାୟୀ, ଅନାବଶ୍ୟକ କାମରେ ପାନୀୟ ଜଳର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ । ଏହାବ୍ୟତୀତ ଏ ସମ୍ବନ୍ଧୀୟ ଅଭିଯୋଗ ପାଇଁ ବୋର୍ଡ ଟୋଲ୍ ଫ୍ରି ନମ୍ବର ୧୯୧୬ ଜାରି କରିଛି । ସେହିପରି ଜଣେ ବ୍ୟକ୍ତି ଯଦି ନିୟମ ଉଲ୍ଲଙ୍ଘନ କରୁଥିବାର ନଜର ଆସନ୍ତି, ଏହି ନମ୍ବର ଅନୁସାରେ, ଅଭିଯୋଗ ଦାୟର କରାଯାଇ ପାରିବ ।

ନୂଆ ନିୟମ ଅନୁସାରେ, ୫ କି.ମି ଭିତରେ ୬ ହଜାର ଲିଟର ଟ୍ୟାଙ୍କରର ମୂଲ୍ୟ ୬୦୦ ଟଙ୍କା ଏବଂ ୮ ହଜାର ଲିଟର ପାଣି ପାଇଁ ୭୦୦ ଟଙ୍କା ଏବଂ ୧୨ ହଜାର ଲିଟର ପାଣି ପାଇଁ ୧ ହଜାର ଟଙ୍କା ରହିଛି । ସେହିପରି ୫ କି.ମିରୁ ଅଧିକ ଦୂର ସ୍ଥାନର ଲୋକମାନଙ୍କ ପାଇଁ ଏହି ଟଙ୍କା ୭୫୦.୮୫୦ ଏବଂ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ମୂଲ୍ୟରୁ ଅଧିକ ଟଙ୍କାରେ ପାଣି ଯୋଗାଇବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.