fbpx
BSKY SKY
BSKY SKY

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର! ନୋବେଲ୍ ଫାଉଣ୍ଡେସନକୁ ଚିଠି ଲେଖିଲା ଏହି ସଂସ୍ଥା

BSKY

ନୂଆଦିଲ୍ଲୀ: ହିନ୍ଦୁ ସେନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଦାବୀ କରିଛି । ହିନ୍ଦୁ ସେନାର ସଂସ୍ଥାପକ ଓ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏ ସଂକ୍ରାନ୍ତରେ ନୋବେଲ୍ ଫାଉଣ୍ଡେସନକୁ ଏକ ପତ୍ର ଲେଖିଛନ୍ତି । ଏହି ପତ୍ର ଫାଉଣ୍ଡେସନର ଅଫିସିଆଲ ଇମେଲ୍ ଆଇଡି ଓ ଠିକଣାରେ ପଠାଯାଇଛି । ନିଜ ପତ୍ରରେ ସଂସ୍ଥା ଲେଖିଛି , ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱରେ ଶାନ୍ତି, କୂଟନୀତି ଓ ମାନବୀୟ ସହାୟତା କ୍ଷେତ୍ରରେ ଯେତେ କାମ କରିଛନ୍ତି ସେଥିପାଇଁ ସେ ନୋବେଲ୍ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଓ ବିଶ୍ୱରେ ଶାନ୍ତି ବଜାୟ ରଖିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନେବର ଫାଷ୍ଟ(ପ୍ରଥମେ ପଡୋଶୀ) ପଲିସି ଆପଣାଇ ପଡୋଶୀ ଦେଶଙ୍କ ସହିତ ସହମତି, ସହଯୋଗ ଓ ଭରସା ବୃଦ୍ଧି ଦିଗରେ ଅନେକ କାମ କରିଛନ୍ତି । ଦୀର୍ଘଦିନ ଧରି ଜାରି ରହିଥିବା ବିବାଦକୁ କମ୍ କରିବା ପାଇଁ କୂଟନୀତିର ଉପଯୋଗ କରି ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ଯୋଗଦାନ କରିଛନ୍ତି ।
ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ନିଜ ଦେଶରେ ନାଗରିକ ସମାଜର ପ୍ରତିନିଧିତ୍ୱ କରିଥାନ୍ତି । ସେମାନେ ସରକାରଙ୍କ ଭୁଲ୍ କାମକୁ ସମାଲୋଚନା କରି ନାଗରିକଙ୍କ ମୌଳିକ ଅଧିକାର ରକ୍ଷା ଦିଗରେ କାର୍ଯ୍ୟ କରିଥାନ୍ତି । ୧୯୦୧ରୁ ୨୦୨୩ ମଧ୍ୟରେ ୧୧୧ ବ୍ୟକ୍ତି ଓ ୩୦ ସଂଗଠନକୁ ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.