fbpx

ଖୁସି ଖବର: ଓଡ଼ିଶାରେ କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ମୂଲ୍ୟ କେତେ

ଓଡ଼ିଶା ଭାସ୍କର: ଭାରତରେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି। ଏହା ପ୍ରତିଦିନ ସ୍ଥିର କରାଯାଇଥାଏ ଏବଂ ସାଧାରଣରେ ପ୍ରକାଶ କରାଯାଇଥାଏ । ତେବେ ଆଜି ସକାଳ ୬ ଟାରେ ପ୍ରକାଶିତ ଏହି ପେଟ୍ରୋଲ ଏବଂ ଡିଜେଲର ନୂଆ ହାର ଅନୁଯାୟୀ ସହରର କେତେକ ସ୍ଥାନରେ ଏହାର ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୮ ତାରିଖ ବା ଆଜି ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ହେଲେ ସେପଟେ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସହରରେ ମୂଲ୍ୟ କ’ଣ ରହିଛି…

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୭ ରହିଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି। ଆଉ ସେପଟେ ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୩.୦୧ ରହିଛି ଯାହାକି ଗତ କାଲି ଅପେକ୍ଷା ୧୭ ପଇସା ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ସେହିପରି ଡିଜେଲ(୧ ଲିଟର)୯୪.୫୮ ରହିଛି।

 

Get real time updates directly on you device, subscribe now.