fbpx
BJD SKY
BJD SKY

ପୁଣି କୁମ୍ଭୀର ଆତଙ୍କ; ଗାଧୋଉଥିଲେ ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଟାଣିନେଲା ମଣିଷଖିଆ କୁମ୍ଭୀର

BJD

କେନ୍ଦ୍ରାପଡ଼ା: ଦୀର୍ଘଦିନ ର ନୀରବତା ପରେ ପୁଣି ମାତିଛି ମଣିଷଖିଆ କୁମ୍ଭୀର । ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର । ସକାଳୁ ସ୍ୱାମୀ ସ୍ତ୍ରୀ ଉଭୟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ କିଏ ବା ଜାଣିଥିଲେ ସେହି ନଦୀରେ ମଣିସଖିଆ କୁମ୍ଭରୀ ଛକି ବସିଥିଲା । ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର । ଆଉ ସ୍ୱାମୀ ଶୌଚକରୁଥିବା ବେଳେ ହଠାତ୍ ନଦୀରୁ ଉଠିଆସିଲା ମଣିଷଖିଆ କୁମ୍ଭୀର ଟାମ୍ପିନେଇଗଲା । ଏତେ ଦିନ ହେବ ଆଜି ମଣିଷଖିଆ କୁମ୍ଭୀର ପାଟିରେ ଲାଗିଛି ମଣିଷର ମାଂସ । କୁମ୍ଭୀର ପାଟିରୁ ସ୍ୱାମୀକୁ ବଞ୍ଚାଇବାକୁ ସ୍ତ୍ରୀ ବୋହୂ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ । ସ୍ୱାମୀକୁ କୁମ୍ଭୀର ଟାଣି ନେଉଥିବାରୁ ସ୍ତ୍ରୀ ନେଇଥିବାରୁ ନଦୀ କୂଳରେ ଛାତି ଫଟେଇ କାନ୍ଦୁଛି ସ୍ତ୍ରୀ । ସମସ୍ତଙ୍କ ଆଖିରେ ଲୁହ ।

ଶିବରାତ୍ରୀପାଇଁ ତରବରିଆ ଭାବେ ସ୍ୱାମୀ ସ୍ତ୍ରୀ ଚାଷ କାମ ସାରି ଗାଧୋଇବାକୁ ଯାଇଥିଲେ ଆଉ ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର । ଏଭଳି ଅଘଟଣ ଘଟିଛି କେନ୍ଦ୍ରପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁରେ । ଦକ୍ଷିଣଭେଡା ଗାଁର ନିମାଇଁ ମଳିକଙ୍କୁ ଝାମ୍ପି ନେଲା କୁମ୍ଭୀର । ସ୍ତ୍ରୀ ଏହାକୁ ଦେଖି ଭୟବିତ ହେଇ କଣ କରିବେ କିଛି ବୁଧିବାଟ ଦେଖାଗଲାନି । ଶୌଚ ହେଉଥିବା ବେଳେ ବ୍ରାହ୍ମଣ ନଦୀ କୂଳରୁ ସ୍ୱାମୀ ନିମାଇଁକୁ ଟାମ୍ପିନେଲା କୁମ୍ଭୀର । ହଠାତ୍ ମହିଳାଙ୍କ ଆତ ଚିତ୍କାର ଶୁଣି ଧାଇଁ ଆସିଥିଲେ ଗାଁ ଲୋକେ ନଦୀ କୂଳକୁ । ନିମାଇଁକୁ କୁମ୍ଭୀର ଟାଣି ନୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ତାଙ୍କୁ ନଦୀ କୂଳରେ ଖୋଜୁବୁଲୁଛନ୍ତି । ପୁଅକୁ କୁମ୍ଭୀର ଟାମ୍ପିନେଇଥିବା କଥା ଶୁଣି ନଦୀ ପଠାରେ ବସି କାନ୍ଦୁଛି । ସଙ୍ଗେ ସଙ୍ଗେ ସେଠାରେ ବାଇଧରକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ରାମବାସୀ, ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିମାଇଁକୁ ଖୋଜାଖୋଜି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।

Get real time updates directly on you device, subscribe now.